www.samajalive.in
Monday, December 8, 2025
17.1 C
Bhubaneswar

ରାସ୍ତାକଡ଼ ଗଛରେ ପିଟି ଯୁବକ ମୃତ, ଜଣେ ଗୁରୁତର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାର ମହୁଲଡ଼ିହା ନିକଟରେ ମଙ୍ଗଳବାର ଅପରାହ୍ଣ ପ୍ରାୟ ୩ ଟା ସମୟରେ ଏକ ବାଇକ ରାସ୍ତା କଡ ଗଛରେ ପିଟି ହୋଇ ଯିବାରୁ ଘଟଣାସ୍ଥଳରେ ବାଇକ ଚାଳାଉଥିବା ଯୁବକ ମୃତ୍ୟୁ ଘଟିଥିବା ବେଳେ ବାଇକ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଆଣି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ଅନ୍ୟ ଗୁରୁତରଙ୍କୁ ସେଠାରେ ଜରୁରୀକାଳୀନ ଚିକିତ୍ସା ପ୍ରଦାନ କରାଯାଉଛି। ଦୁର୍ଘଟଣାରେ ମୃତ ବାଇକ ଚାଳକ ଜଣକ ହେଉଛନ୍ତି ଚନ୍ଦ୍ରକାନ୍ତ ନାୟକ (୩୦) ଏବଂ ଘର କରଞ୍ଜିଆ ବ୍ଲକ ଅନ୍ତର୍ଗତ ସିଙ୍ଗିଡା ନିକଟ କପିଳେଶ୍ୱର ସାହିରେ ହୋଇଥିବାବେଳେ ଗୁରୁତର ଥିବା ଯୁବକ ଜଣକ ହେଉଛନ୍ତି ପାଣ୍ଡୁ ନାୟକ (୩୨) ଘର – କରଞ୍ଜିଆ ନିକଟ ଝୁମୁକାକୁଦର ଗ୍ରାମରେ ବୋଲି ଜଣାଯାଇଛି ।ସେମାନେ ଏକ ବାଇକ ନମ୍ବର ଓଡ଼ି ୧୧ ଟି ୮୬୧୭ ଯୋଗେ ଠାକୁରମୁଣ୍ଡା ନିକଟ ବଡ଼ବାଲି ପୋଷି ଗ୍ରାମକୁ ଆସି ପରେ ସେଠାରୁ ସାତକୋଶିଆ ଅଞ୍ଚଳକୁ ଯାଉଥିବା ସମୟରେ ବାଇକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରେ ସେମାନଙ୍କ ବାଇକ ପିଟି ହୋଇ ଯାଇଥିଲା। ଖବର ପାଇ ମହୁଲଡ଼ିହା ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories