www.samajalive.in
Monday, December 8, 2025
17.1 C
Bhubaneswar

ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର; ଏକକାଳୀନ ଚାଲିଛି ୫ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର । କଟକ ସିଟି ଓ ଜିଏସଟିର ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଭିଜିଲାନ୍ସ ଟିମ୍‌ ୫ଟି ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି । ସୂଚନା ମୁତାବକ ଭିଜିଲାନ୍ସ ପୀୟୂଷକାନ୍ତଙ୍କ ଯାଜପୁର ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରରେ ଚଢ଼ାଉ ଜାରି ରଖିଛି । ଭୁବନେଶ୍ୱରର ଚକେଇଶିଆଣିରେ ଥିବା ତିନି ମହଲା କୋଠାରେ ଯାଞ୍ଚ କରୁଛି ଭିଜିଲାନ୍ସ । ଏଥି ସହିତ ଯାଜପୁରର ଚୋର୍ଦ୍ଦା ଛକରେ ଥିବା ଗୋଟିଏ ତିନି ମହଲା କୋଠା ଓ ଗୋଟିଏ ଦୁଇ ମହଲା କୋଠା ଘରେ ମଧ୍ୟ ଚଢ଼ାଉ କରାଯାଉଛି ।

କଟକର ଓଏମପି ଛକରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ କରୁଛି ବିଭାଗ । ସବୁଠାରୁ ବଡ଼ କଥା ହେଉଛି  ଜିଏସଟିର ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କର ଭୁବନେଶ୍ୱରର ଆନ୍ଧାରୁଆରେ କେତେକ ପ୍ଲଟ ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଭୁବନେଶ୍ବରର ଶାମପୁର ଓ ସୁନ୍ଦରପୁରରରେ ଗୋଟିଏ ଲେଖାଏଁ ପ୍ଲଟ ରହିଥିବା ଜଣାପଡ଼ିଛି । ଏହି ଚଢ଼ାଉ​‌ରେ ଭିଜିଲାନ୍ସର ୫ଜଣ ଡିଏସପି, ୧୧ଜଣ ଇନିସପେକ୍ଟର ଓ କିଛି ଅଧିକାରୀ ନିୟୋଜିତ ଅଛନ୍ତି  ।

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories