www.samajalive.in
Monday, December 8, 2025
27.1 C
Bhubaneswar

ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦେଶକ ହେଲେ ଡ. ଏନ କଲାଇସେଲ୍‌ଭି

ନୂଆଦିଲ୍ଲୀ: ବରିଷ୍ଠ ବୈଜ୍ଞାନିକ ଡକ୍ଟର ଏନ କଲାଇସେଲ୍‌ଭିଙ୍କୁ ଏକ ବଡ଼ ଦାୟିତ୍ବ ପ୍ରଦାନ କରାଯାଇଛି। କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ(ସିଏସଆଇଆର)ର ମହାନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଡ. କଲାଇସେଲ୍‌ଭି। ସେ ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦେଶକ। ଏହା ବ୍ୟତୀତ ତାଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ସଚିବ ଦାୟିତ୍ବ ମଧ୍ୟ ପ୍ରଦାନ କରାଯାଇଛି। କଲାଇସେଲ୍‌ଭି ଏପ୍ରିଲରେ ଅବସର ନେଇଥିବା ଶେଖର ମାଣ୍ଡେଙ୍କ ସ୍ଥାନ ନେବେ। ମାଣ୍ଡେଙ୍କ ଅବସର ପରେ ବାୟୋଟେକ୍ନୋଲୋଜି ବିଭାଗର ସଚିବ ରାଜେଶ ଗୋଖଲେଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଥିଲା।

କଲାଇସେଲ୍‌ଭି ଏପର୍ଯ୍ୟନ୍ତ ତାମିଲନାଡୁର କରଇକୁଡିରେ ସିଏସଆଇଆର-ସେଣ୍ଟ୍ରାଲ ଇଲେକ୍ଟ୍ରୋକେମିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ସେ ଲିଥିୟମ୍ ଆୟନ ବ୍ୟାଟେରୀ କ୍ଷେତ୍ରରେ କାର୍ଯ୍ୟ ପାଇଁ ଜଣାଶୁଣା। ତାଙ୍କୁ ଏହି ପଦବୀରେ ଦୁଇ ବର୍ଷ ପାଇଁ ନିଯୁକ୍ତ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories