www.samajalive.in
Monday, December 8, 2025
17.1 C
Bhubaneswar

ବିପୁଳ ପରିମାଣର ବିଦେଶୀ ମଦ ଜବତ; ଚାଳକ ଗିରଫ

ଲାଞ୍ଜିଗଡ଼: ଏକ ବୋଲେରୋ ଗାଡିରେ ବିପୁଳ ପରିମାଣର ବିଦେଶୀ ମଦ ନେଇ ଭବାନୀପାଟଣା ପଟୁ ଲାଞ୍ଜିଗଡ ଦେଇ ମୁନିଗୁଡା ଯାଉଥିବାବେଳେ ଲାଞ୍ଜିଗଡ ପୁଲିସର ପାଟ୍ରୋଲିଂ ଟିମ୍ ମାଡି ବସିଛି । ତେବେ ବିପୁଳ ପରିମାଣର ବିଦେଶୀ ମଦ ଏକ ବୋଲେରୋରେ ନିଆଯାଉଥିବା ବେଳେ ଏହାର କୌଣସି ସଠିକ୍ ପ୍ରମାଣ ନମିଳିବା ଓ ଗାଡି ମାଲିକର ଅସହଯୋଗ ଯୋଗୁ ଏହା ଚୋରାଚାଲାଣ ହେଉଥିବା ନେଇ ଲାଞ୍ଜିଗଡ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଲାଞ୍ଜିଗଡ ଥାନା ଦାୟିତ୍ୱରେ ଥିବା ବିଶ୍ୱନାଥପୁର ଥାନାଧିକାରୀ ରୁନୁକୁମାରୀ ମାଝୀଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ଭବାନୀଶଙ୍କର ବାଦୀଙ୍କ ନେତୃତ୍ୱରେ ପୁଲିସ ପାଟ୍ରୋଲିଂ ଟିମ୍ ଗାଡି ସହିତ ମଦ ଜବତ କରିବା ସହିତ ବୋଲେରୋ ଚାଳକ କୋକସରା ଥାନା ବେହେରା ଛତଗୋଇରା ଗାଁର କୃଷ୍ଣଚନ୍ଦ୍ର ଦୁର୍ଗାଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ସୂଚନାନୁଯାୟୀ, ରବିବାର ରାତିରେ ଲାଞ୍ଜିଗଡ ପୁଲିସର ପାଟ୍ରୋଲିଂ ଟିମ୍ ଭାଟଗୁଡା ନିକଟରେ ଏକ ବୋଲେରୋକୁ ଅଟକାଇ ଯାଞ୍ଚ କରିବାବେଳେ ସେଥିରେ ପେଟି ପେଟି ବିଦେଶୀ ମଦ ଥିବା ଦେଖିବାକୁ ପାଇଥିଲେ । ଏ ସଂପର୍କରେ ଚାଳକଙ୍କୁ ପଚରାଉଚୁରା କରିବାବେଳେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଥାନାକୁ ନେଇ ଆସିଥିଲେ । ତେବେ ସେଠାରେ ମଧ୍ୟ ଚାଳକ ଓ ଗାଡିର ମାଲିକ ସନ୍ତୋଷଜନକ ଉତ୍ତର ନଦେବାରୁ ଏହା ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା । ଏ ସଂପର୍କରେ ଏକ ମାମଲା ରୁଜୁ କରି ପୁଲିସ ଚାଳକ କୃଷ୍ଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଏସ୍‌ଆଇ ବିଳାସିନୀ ଭୋଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

- Advertisement -

ସୂଚନାଯୋଗ୍ୟ, କରୋନା ମହାମାରୀ ଜନିତ ଲକଡାଉନ୍ ହେବା ଦିନଠାରୁ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ନକଲି ଦେଶୀ ଓ ବିଦେଶୀ ମଦର ଅବାଧ କାରବାର ବଢିଥିବାବେଳେ ସେଗୁଡିକର ଚୋରାଚାଲାଣ ମଧ୍ୟ ବୃଦ୍ଧିପାଇଛି । ଏପରିକି ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡଠାରେ ଗୋଟିଏ ମାତ୍ର ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଥିବା ସତ୍ତ୍ୱେ ଚୋରାରେ କିନ୍ତୁ ବ୍ଲକର ଅନେକ ସ୍ଥାନରେ ଦେଶୀ ଓ ବିଦେଶୀ ମଦର ବନ୍ୟା ଛୁଟୁଛି । ଏହାରି ଆଳରେ ବ୍ଲକ ଅଞ୍ଚଳରେ ଚଢାଦରରେ ନକଲି ବିଦେଶୀ ମଦର ପ୍ରସାର ବଢି ଚାଲିଥିବାବେଳେ ଲାଞ୍ଜିଗଡ ପୁଲିସ ପକ୍ଷରୁ ଜବତ ହୋଇଥିବା ବିପୁଳ ପରିମାଣର ବିଦେଶୀ ମଦ ସେଇ ନକଲି ଓ ଚୋରାମଦ କାରବାରର ଅଂଶବିଶେଷ ହୋଇଥାଇପାରେ ବୋଲି କୁହାଯାଉଛି । ଏହାଦ୍ୱାରା ସରକାର ବିପୁଳ ପରିମାଣର ରାଜସ୍ୱ ହରାଉଥିବାବେଳେ ନକଲି ମଦ ପିଇ ଲୋକେ ରୋଗାକ୍ରାନ୍ତ ହୋଇ ପଡୁଥିବା ଲକ୍ଷ୍ୟ କରାଯାଇଛି । ତେଣୁ ପୁଲିସ ଓ ଅବକାରୀ ବିଭାଗ ଏଥିପ୍ରତି କଠୋର ହେବା ଓ ଚଢାଉ କରାଯିବାକୁ ଦାବି ହେଉଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories