www.samajalive.in
Sunday, December 7, 2025
15.1 C
Bhubaneswar

ଶୁଖିଲା ପଡ଼ିଛି କେନାଲ ପାର୍ଶ୍ବ ଚାଷଜମି; ଚିନ୍ତାରେ ଚାଷୀ

ହରଭଙ୍ଗା: ହରଭଙ୍ଗା ପଂଚାୟତର ୧୦ଟି ରାଜସ୍ୱ ଗ୍ରାମର ୧୨ଶହ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧାକୁ ଦୃଷ୍ଟିରେ ରଖି ଶଗଡ଼ିଆ ନାଳ ଉପରେ ଏକ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ନିର୍ମାଣ କରାଗଲା। ପ୍ରକଳ୍ପ ନିର୍ମାଣ ପରେ ହରଭଙ୍ଗା ପଂଚାୟତରେ ଧାନଚାଷ ସମୟରେ ପାଣିର ଅଭାବ ଦୂର ହେବା ସହିତ ଚାଷୀଙ୍କ ଅନେକ ଦିନର ଦାବୀ ପୂରଣ ହେଲା। ମାତ୍ର ପ୍ରକଳ୍ପ ନିର୍ମାଣ ହୋଇଥିବା ସ୍ଥାନରୁ ମାତ୍ର ୪ଶହ ମିଟର ଦୂରରେ ଥିବା ଧର୍ମନଗର ଗାଁ ଲୋକଙ୍କ ପାଇଁ ଏବେ ଶଗଡ଼ିଆ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ଦୁଃଖ ପାଲଟିଛି। କେନାଲ ନିର୍ମାଣ ପରେ ଧର୍ମନଗର ମୌଜାର ଥିବା ୨୦ରୁ ଅଧିକ ଚାଷୀଙ୍କ ହେକ୍ଟର ହେକ୍ଟର ଚାଷଜମିରେ ପାଣିମାଡି ପାରୁନଥିବାରୁ ଧାନ ଚାଷ ଉଜୁଡିଯିବା ସହିତ ଚାଷୀ ଚାଷରୁ ଆଶା ଛାଡିଦେଲେଣି। ଏଭଳି ପରିସ୍ଥିତିରେ ଧର୍ମନଗର ଗ୍ରାମର ଯୁଧିଷ୍ଠିର ଭୋକ୍ତା, ରାଜେନ୍ଦ୍ର ଭୋକ୍ତା, କାର୍ତୀକ ନାଏକ, ରମାକାନ୍ତ ନାଏକ, ଲମ୍ବୋଦର ବାଘ, ସୁବାଷ ବାଘ ପ୍ରମୁଖ ଚାଷୀଙ୍କ ଜମିରେ ଜଳସେଚନ ସୁବିଧା ପାଇଁ ସେମାନେ ସ୍ଥାନୀୟ ବିଧାୟକ ତଥା ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ଚାଷୀଙ୍କ ସମସ୍ୟା ଦୂରପାଇଁ ମନ୍ତ୍ରୀ ଉଠାଜଳସେଚନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories