ସ୍ଥଳ ଭାଗ ଛୁଇଁଲା ତିତଲି, ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ
ଭୁବନେଶ୍ୱର/କଟକ.- ବାତ୍ୟା ତିତଲି ଗୁରୁବର ସକାଳେ ସ୍ଥଳ ଭାଗ ଛୁଇଁଛି । ଏହାପରେ ପବନର ବେଗ ହ୍ରାସ ପାଇଛି । ସ୍ଥଳ ଭାଗ ଛୁଇଁବା ସମୟରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ କରିଛି । ମାତ୍ର ବଡ ଧରଣର ବିପତ୍ତି ଟଳି ଯାଇଛି । ଓଡିଶାର ଗୋପଳପୁର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗ ପଟନମ୍ ମଝିରେ ଏହା ସ୍ଥଳ ଭାଗ ଛୁଇଁଛି ।
ଗୋପାଳପୁର ରେ ୧୩୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା। ଗୋପାଳପୁର ଓ ବ୍ରହ୍ମପୁର ସଡକ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି । ଏହାର ବେଗ ଧିରେ ଧିରେ ହ୍ରାସ ପାଇବା ସହ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।