ଆରଡି: ଲଘୁଚାପ ପ୍ରଭାବରେ ଚାନ୍ଦବାଲି ଓ ଆରଡି ଅଞ୍ଚଳରେ ୩ଦିନ ହେଲା ତୁହାକୁ ତୁହା ଲାଗି ରହିଛି ବର୍ଷା ଓ ପବନ। ଯାହା ପ୍ରଭାବରେ ଧାମରା ନିକଟରେ ଅଶାନ୍ତ ହୋଇପଡୁଛି ସମୁଦ୍ର। ଉଚ୍ଚ ଜୁଆର ଲୁଣାଢେଉ କୂଳ ଲଂଘି ଜନବସତିକୁ ମାଡି ଆସିବା ସହ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରେ ଲାଗିଛି। ଫଳରେ ଆରଡି ତଳିଆ ଅଞ୍ଚଳ ଶୀତଳପୁର, ପାଲଟପୁର, ମୁଆଁ, ବୋଡକ, ଭୁଇଁପୁର, ସାନପଙ୍କି, ଧାନଖଣିଆ ଆଦି ଗାଁ ଚାରିପାଖେ ଲୁଣାପାଣି ମାଡିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଜୁଆର ସମୟରେ ସାଳନ୍ଦୀ କୂଳ ଲଂଘି ପାଣି ମାଡି ଆସିବାରୁ ଶୀତଳପୁର ଗାଁକୁ ସରକ୍ଷା ଦେବା ପାଇଁ ବାଲି ବସ୍ତାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ନଦୀବନ୍ଧ କିଛି ଧୋଇଯାଇ ଜୁଆରପାଣି ଗାଁ ଦାଣ୍ଡୀକୁ ମାଡି ଆସିଥିଲା। ଗ୍ରାମବାସୀ ଭୟଭିତ ହୋଇ ପଡିବା ସହ ନଦୀକୂଳରେ ବସବାସ କରୁଥିବା କିଛି ପରିବାର ପିଲାଛୁଆଙ୍କୁ ଧରି ଗାଁ ଭିତରକୁ ପଳାଇ ଆସିଥିଲେ। ବିଶେଷକରି ନଦୀରେ ହିଂସ୍ର କୁମ୍ଭୀର ଥିବାରୁ ଜୁଆର ପାଣି ସମୟରେ ଗାଁ ନିକଟକୁ ପଳାଇ ଆସୁଥିବା ଗାଁ ଲୋକ କହିଛନ୍ତି।
Popular Categories



