www.samajalive.in
Monday, December 8, 2025
17.1 C
Bhubaneswar

ବର୍ଷା ବିତ୍ପାତ: ଭୀମପୁର ଆବାସିକ ଉଚ୍ଚ ବିଦ୍ୟାଳୟରେ ପାଚେରୀ ଭାଙ୍ଗି ଧସେଇ ପଶିଲା ପାଣି

ଗୁଣୁପୁର: ରାୟଗଡା ଓ ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଲାଗିରହିଛି ବର୍ଷା ବିତ୍ପାତ। ଦୁଇଦିନ ଧରି ଲଗାତାର ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଗତକାଲି ପ୍ରବଳ ବର୍ଷା ଯୋଗୁଁ ରାୟଗଡା ଜିଲା ଗୁଣୁପୁର ବ୍ଳକ ଭୀମପୁର ନିକଟରେ ପ୍ରବାହିତ ଏକ ପାହାଡ଼ି ନାଳରେ ପ୍ରବଳ ବେଗରେ ଜଳ ପ୍ରବାହିତ ହୋଇ ଆଜି ଭୋରରୁ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ପାଚେରୀରେ ମାଡ଼ ହେବା ଯୋଗୁଁ ଭୁଶୁଡି ପଡିଥିଲା। ଫଳରେ ପାଞ୍ଚ ଫୁଟ ଉଚ୍ଚର ନାଳ ପାଣି ବିଦ୍ୟାଳୟ ଓ ହଷ୍ଟେଲ ଭିତରକୁ ମାଡିଯିବା ଫଳରେ ଚାଉଳ, ପନିପରିବା, ପିଲାଙ୍କ ବହିପତ୍ର, ପୋଷାକ, ଜୋତା ଭଳି ଆନୁଷଙ୍ଗିକ ଜିନିଷପତ୍ର ନଷ୍ଟ ହୋଇଯାଇଛି। ତେବେ ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକେ ଅନ୍ତେବାସୀ ପିଲାଙ୍କୁ ରାତିରେ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରି ସ୍ଥାନାନ୍ତରିତ କରିଥିବାରୁ ବହୁ ମୂଲ୍ୟବାନ ଜୀବନ ରକ୍ଷା ପାଇଯାଇଛି।

 

- Advertisement -

ଏପରିକି ବିରାଟ ସାପ ମଧ୍ୟ ବିଦ୍ୟାଳୟ ପରିସରରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସାପକୁ ଦେଖି ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ଭୟଭୀତ ହୋଇଯାଇଥିଲେ। ସକାଳୁ ପାଣି ଛାଡ଼ି ଯାଇଥିବା ବେଳେ ବିଦ୍ୟାଳୟ ପରିସର କାଦୁଅରେ ଭର୍ତ୍ତି ହୋଇ ରହିଛି। ଶ୍ରେଣୀ ଗୃହରେ ପାଣି ଜମି ରହିଛି। ଆଜି ଖବର ପାଇ ଗୁଣୁପୁର ବ୍ଲକ ଅଧ୍ୟକ୍ଷା, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ର ଅଧିକାରୀ ମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଦ୍ୟାଳୟ ଚତୁଃପାର୍ଶ୍ବ ସୁଦୃଢ ପାଚେରୀ ନିର୍ମାଣ କରେଇବାକୁ ଅବିଭାବକ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାବୀ କରିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories