www.samajalive.in
Monday, December 8, 2025
27.1 C
Bhubaneswar

୭୩ତମ ବନ ମହୋତ୍ସବ ପାଳିନ ଅବସରରେ ଔଷଧୀୟ ଚାର ରୋପଣ

ପାତ୍ରପୁର:ସାମନ୍ତିଆପଲ୍ଲୀ ବନାଞ୍ଚଳ ଅନ୍ତର୍ଗତ ସୁରଙ୍ଗୀ ବନ ବିଭାଗ କାର୍ୟ୍ୟାଳୟ ନିକଟରେ ୭୩ତମ ବନ ମହୋତ୍ସବ ପାତ୍ରପୁର ପ୍ରେସକ୍ଲବ ପକ୍ଷରୁ ପାଳିତ ହୋଇ ଥିଲା। ବନ ବିଭଗ ସହାୟତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମନ୍ତିଆପଲ୍ଲୀ ବନ ଅଧିକାରୀ ମନୋଜ କୁମାର ପାତ୍ର ଯୋଗଦେଇ ବୃକ୍ଷ ରୋପଣ କାର୍ୟ୍ୟର ଶୁଭାରମ୍ଭ କରି ଥିଲେ। ଏହି କାର୍ୟ୍ୟକ୍ରମରେ ସୁରଙ୍ଗୀ ଫରେଷ୍ଟର କମଳ କାନ୍ତ ପାତ୍ର , ସାମ୍ବାଦିକ ରବୀନ୍ଦ୍ର ମିଶ୍ର , ନିଳାଞ୍ଚଳ ପଟ୍ଟନାୟକ, ରାଜ ଗୋପାଳ ପାଢ଼ୀ , ସନ୍ତୋଷ ମହାପାତ୍ର , ରାଜେଶ ସେଠୀ , ବଦ୍ରୀ ନାରାୟଣ ରଣା, ରାଜେଶ ରଣା , ସୁରେଶ ପଟ୍ଟନାୟକ, ଅଂଚଳେଶ୍ୱର ପଟ୍ଟନାୟକ, ଆଲୁ ଜୟ ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ବନ ବିଭାଗାର ଗାର୍ଡ ପାର କର୍ମଚାରୀ ସହାୟତା କରିଥିଲେ। ଏହି ଅବସରରେ ବିଭିନ୍ନ ଔଷଧୀୟ ଚାରା ରୋପଣ କରାଯାଇ ଥିଲା। ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବେ ଚାରାରୋପଣ କରାଯିବ ବୋଲି ରେଞ୍ଜ ଅଧକାରୀ ସୂଚନା ପ୍ରଦାନ କରିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories