www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରାବଣରେ ୪ଟି ସରଳ ଉପାୟରେ ମିଳିବ ଶୁଭଫଳ

ଶ୍ରାବଣ ମାସର ଶେଷରେ କିଛି ଏପରି ଦ୍ରବ୍ୟ ଅଛି ଯାହାକୁ ଦାନ କଲେ ବହୁ ଶୁଭ ଫଳ ମିଳିଥାଏ। ମାନ୍ୟତା ରହିଛି ଯେ ଶ୍ରାବଣ ମାସରେ ପୂଜା ଓ ଦାନର ବିଶେଷ ମହତ୍ତ୍ୱ ରହିଛି। ଭକ୍ତି ସହ ପୂଜା ଓ ଦାନ କଲେ ଭଗବାନ ବହୁ ପ୍ରସନ୍ନ ହୋଇଥାଆନ୍ତି। ସୁଖସମୃଦ୍ଧି, ଧନସମ୍ପତ୍ତି ଆଦିର ପ୍ରାପ୍ତି ନିମନ୍ତେ ଶ୍ରାବଣ ମାସରେ ଦାନ କରିବା ଅତ୍ୟନ୍ତ ଶ୍ରେଷ୍ଠ ହୋଇଥାଏ।
ରୁଦ୍ରାକ୍ଷ ଦାନର ମହତ୍ତ୍ୱ- ରୁଦ୍ରାକ୍ଷ ଦାନ ଦ୍ୱାରା ଐଶ୍ୱର୍ୟ୍ୟ ପ୍ରାପ୍ତି ହୋଇଥାଏ। ପ୍ରଭୁ ଶିବଙ୍କର ମନ୍ଦିରରେ ପୂଜା କରୁଥିବା ପଣ୍ଡିତଙ୍କୁ ରୁଦ୍ରାକ୍ଷର ମାଳା ଦାନ କଲେ ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ।
ଚାନ୍ଦିର ଟଙ୍କା – ୨ଟି ଚାନ୍ଦିର ଟଙ୍କାକୁ ଦାନ କଲେ ଅକ୍ଷୁର୍ଣ୍ଣ ପୂଣ୍ୟ ମିଳିଥାଏ। ଗୃହରେ ସର୍ବଦା ଶାନ୍ତିର ବାତାବରଣ ରହିଥାଏ।
ଦୀପ ଦାନ – ଶ୍ରାବଣ ମାସରେ ପ୍ରତିଦିନ ଦୀପ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଦୀପ ହେତୁ ଅନ୍ଧକାର ଦୂର ହୋଇଥାଏ ଓ ରଶ୍ମୀର ପ୍ରଘଟ ହୋଇଥାଏ। ତେଣୁ ଦୀପ ଦାନ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ମିଳିଥାଏ।
ବୃକ୍ଷରୋପଣ – ଶ୍ରାବଣ ମାସର ଶେଷ ବେଳକୁ ବେଲ ଗଛ ଓ ଅନ୍ୟାନ୍ୟ ଗଛ ଲଗାଇଲେ ମଧ୍ୟ ବହୁ ପୁଣ୍ୟ ମିଳିଥାଏ। ଏହା ଛଡ଼ା ଗାଈକୁ ଘାସ ଖାଇବାକୁ ଦେଲେ ମଧ୍ୟ ପ୍ରଭୁ ଭୋଳା ଶଙ୍କରଙ୍କର ବିଶେଷ କୃପା ମିଳିଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories