www.samajalive.in
Monday, December 8, 2025
17.1 C
Bhubaneswar

ଗୁଜରାଟ ଛାଡ଼ିଲେ ୨୦ ହଜାର ହିନ୍ଦୀଭାଷୀ ଲୋକ

ଅହମ୍ମଦାବାଦ : ଉତ୍ତର ଗୁଜରାଟର ସବରକନ୍ଥା ଜିଲାରେ ଏକ ବଳାତ୍କାର ଘଟଣାକୁ ନେଇ ‘ଠାକୁର ସେନା’ ନାମକ ସଂଗଠନ ପକ୍ଷରୁ ହିନ୍ଦୀଭାଷୀ ଲୋକଙ୍କ ଉପରେ ଆକ୍ରମଣ ଜାରି ରହିଛି। ଏଥିରେ ଆତଙ୍କିତ ହୋଇ ଗୁଜରାଟରେ ଶ୍ରମିକ ଭାବେ କାର୍ଯ୍ୟ କରି ଜୀବନ ନିର୍ବାହ କରୁଥିବା ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶର ପ୍ରାୟ ୨୦ ହଜାର ଲୋକ ଘରକୁ ଫେରି ଆସିଛନ୍ତି ବୋଲି ଉତ୍ତର ଭାରତ ବିକାଶ ପରିଷଦ ଅଧ୍ୟକ୍ଷ ମହେନ୍ଦ୍ର ସିଂହ କୁଶୱାହା ସୋମବାର କହିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଲୋକଙ୍କୁ ଶାନ୍ତି ରଖିବାକୁ ନିବେଦନ କରିବା ସହ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ପ୍ରକାଶ କରିଛନ୍ତି। ବିଜୟ ରୁପାଣି କହିଛନ୍ତି ଯେ ବଳାତ୍କାରର ୨୪ ଘଣ୍ଟା ମଧ୍ୟରେ ଦୋଷୀକୁ ଗିରଫ କରାଯାଇଥିଲା। ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଆମେ ପ୍ରତିବନ୍ଧ। କିଛି ଅସାମାଜିକ ତତ୍ତ୍ୱ ଏହି ହିଂସାକାଣ୍ଡ ବଢାଉଛନ୍ତି। ହିନ୍ଦୀଭାଷୀ ବିରୋଧୀ ହିଂସାକାଣ୍ଡ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁଜରାଟ ବିଜୟ ରୁପାଣିଙ୍କ ସହ ଫୋନ୍‍ ଯୋଗେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଉଭୟଙ୍କୁ ଆଶ୍ୱାସନା ଦେବା ସହ ହିନ୍ଦୀଭାଷୀ ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଗତ ୪୮ ଘଣ୍ଟା ମଧ୍ୟରେ ହିଂସାକାଣ୍ଡ ଘଟଣାରେ ୪୩୧ ଜଣଙ୍କୁ ଗିରଫ କରାଯାଇଛି ଏବଂ ୫୬ଟି ମାମଲା ରୁଜୁ କରାଯାଇଛି ବୋଲି ଗୁଜରାଟ ଗୃହ ମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ସୂଚନା ଦେଇଛନ୍ତି। ଏହି ହିଂସାକାଣ୍ଡ ପଛରେ କଂଗ୍ରେସର ହାତ ଥିବା ସେ ପରୋକ୍ଷରେ ଅଭିଯୋଗ କରିଛନ୍ତି।
ଉଲ୍ଲେଖ ଯେ ସବରକନ୍ଥା ଜିଲାରେ ସେପ୍ଟେମ୍ବର ୨୮ରେ ଠାକୁର ସମ୍ପ୍ରଦାୟର ଏକ ୧୪ମାସର ଶିଶୁକୁ ରବୀନ୍ଦ୍ର ସାହୁ ନାମକ ଜଣେ ବିହାରୀ ଶ୍ରମିକ ବଳାତ୍କାର କରିଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଶେଷକରି ହିନ୍ଦୀଭାଷୀ ଶ୍ରମିକ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏହା ପରଠାରୁ ଅହମ୍ମଦାବାଦ ସମେତ ସମଗ୍ର ଉତ୍ତର ଗୁଜରାଟରେ ବସବାସ କରୁଥିବା ଉତ୍ତର ଭାରତୀୟ ଶ୍ରମିକଙ୍କ ଉପରେ ଆକ୍ରମଣ ଜାରି ରହିଛି। ‘ଠାକୁର ସେନା’ର ସଦସ୍ୟମାନେ ଖୋଜିଖୋଜି ଅଣ-ଗୁଜରାଟୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କୁ ତୁରନ୍ତ ରାଜ୍ୟ ଛାଡ଼ି ଚାଲିଯିବାକୁ ଧମକ ଦେଉଛନ୍ତି। ହିଂସାକାଣ୍ଡ ଯୋଗୁଁ ସାବରକନ୍ଥା, ମେହସାନା, ଗାନ୍ଧୀନଗର, ଅହମ୍ମଦାବାଦ ଭଳି ସ୍ଥାନରୁ ନିଜ କାର୍ଯ୍ୟ ଛାଡ଼ି ୨୦ ହଜାର ଉତ୍ତର ଭାରତୀୟ ନିଜ ଘରକୁ ଚାଲିଯାଇଛନ୍ତି ବୋଲି ସୂଚନା ମିଳିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories