www.samajalive.in
Tuesday, December 9, 2025
16.1 C
Bhubaneswar

ବଳାତ୍କାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନବରଙ୍ଗପୁର: ଜଣେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଳନ୍ଧର ହରିଜନକୁ ଜିଲା ଓ ଦୌରା ଜଜ ସଂଜୀବ ଦୁବେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ କରିଛନ୍ତି । ୨୦୨୧ ଜାନୁଆରୀ ୨୮ ତାରିଖ ରାତି ୯ଟାରେ ଯୁବତୀ ଜଣକ ଘର ପାଖ ପୋଖରୀରୁ ଶୌଚ ହୋଇ ଘରକୁ ଫେରୁଥିଲେ । ହିର୍ଲି ଗାଁର ଅଭିଯୁକ୍ତ ଜଳନ୍ଧର ଯୁବତୀଙ୍କ ପାଟିରେ ଗାମୁଛା ବାନ୍ଧି ତାଙ୍କୁ ବଳାତ୍କାର କରିଥିଲା । ଏନେଇ ଅଭିଯୁକ୍ତ ନାମରେ ଯୁବତୀଜଣକ ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ । ପାପାଡାହାଣ୍ଡି ଥାନାରେ କେସ ନମ୍ବର ୧୩/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲେ । କୋର୍ଟ କେସ ନମ୍ବର ସିଟି ୨୩/୨୧ ରୁଜୁ କରି ମାମଲା ବିଚାରାଧୀନ ଥିଲା । ୩ ଜଣଙ୍କ ସାକ୍ଷୀ ପ୍ରମାଣକୁ ଭିତ୍ତିକରି ଜିଲା ଓ ଦୌରାଜଜ୍ ଶ୍ରୀ ଦୁବେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ସଚି ନନ୍ଦନ ସ୍ୱାଇଁ ମାମଲ ପରିଚାଳନା କରୁଥିଲେ ।

 

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories