www.samajalive.in
Tuesday, December 9, 2025
17.1 C
Bhubaneswar

କେବେ ଥମିବ ଜନନୀ ଯନ୍ତ୍ରଣା? ପ୍ରାୟ ୨ କିମି ବୁହାହେଲେ ଗର୍ଭବତୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର କତାଗୁଡା ଗାଁର ଜଣେ ଗର୍ଭବତୀଙ୍କୁ ପୁଣି ଥରେ ଆମ୍ବୁଲାନ୍ସ କର୍ମଚାରୀ ପ୍ରାୟ ୨ କିମି କାଦୁଅ ରାସ୍ତାରେ ବୋହି ଆଣୁଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳୁ ବନମାଳୀ ମିଣିଆକାଙ୍କ ପତ୍ନୀ ସାବିତ୍ରୀ ୱାଡ଼ାକା ଗର୍ଭ ଯନ୍ତ୍ରଣାରେ ଛଟ ପଟ ହେବା ସହ ବାନ୍ତି କରିଥିଲେ। ଏହାକୁ ଦେଖି ପରିବାର ଲୋକେ ବ୍ୟସ୍ତ ହୋଇ ଆଶା ପ୍ରତିମା ଚୌଧୁରୀଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ଆଶାଦିଦି ବର୍ଷା କାଦୁଅ ରାସ୍ତାରେ ଯାଇ ଗାଁରେ ପହଞ୍ଚି ମହିଳାଙ୍କ ଯନ୍ତ୍ରଣା ଦେଖି ସଙ୍ଗେ ସଙ୍ଗେ ୧୦୮କୁ ଯୋଗାଯୋଗ କରିଥିଲେ । କତାଗୁଡା ଗାଁକୁ ଭଲ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ କାଦୁଅ ରାସ୍ତାରେ ଦବିଯିବା ଭୟରେ ନେଇ ନଥିଲେ । ସେହିଠାରୁ ଷ୍ଟ୍ରେଚର ନେଇ ପ୍ରାୟ ୨ କିମି ବର୍ଷା କାଦୁଅ ରାସ୍ତାରେ ଗର୍ଭବତୀଙ୍କୁ ପରିବାର ସହାୟତାରେ ଫାର୍ମାସିଷ୍ଟ ଦୁର୍ଗା ପ୍ରସାଦ ଜେନା, ଗାଡିଚାଳକ ଜୟସେନ ଲୟା, ହେଲ୍ପର ମେଡି ବାବୁନି ଜିଲୁଣ୍ଡା ଛକ ପର୍ଯ୍ୟନ୍ତ ବୋହି ଆଣିବା ପରେ ସେହିଠାରୁ ରୋଗିବୁହା ଗାଡ଼ିରେ ସଦର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଚିନ୍ମୟ ଲିମା ଦେଖି ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଠିକ୍ ଥିବା କହିଥିଲେ । ଉକ୍ତ ବ୍ଲକରେ ବାରମ୍ବାର ଜନନୀ ଯନ୍ତ୍ରଣା ହେଉଥିବା ଖବର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ନିରବ ରହିଛି । କଲ୍ୟାଣସିଂହପୁର ମାଝୀଗୁଡା ଓ ପାର୍ସାଲଠାରେ ମାଗୃହ କରାଯାଇଛି । କିନ୍ତୁ ଏହି ମା’ ଗୃହର କିଛି ଲାଭ ମିଳୁ ନଥିବା ଅଭିଯୋଗ ହୋଇଛି । ଜିଲା ପ୍ରଶାସନ ମା’ଗୃହ ଉପରେ ଦୃଷ୍ଟି ଦେଇ ସଠିକ ତଦନ୍ତ କରି କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ପୁଣି ମା’ଗୃହକୁ ସଜାଗ କରି ପ୍ରସବ ପୂର୍ବରୁ ଗର୍ଭବତୀଙ୍କୁ ଆଣି ସରକାର ନିୟମ ଅନୁଯାୟୀ ସେବା ଯୋଗାଇ ଦେବାକୁ ଦାବି ହେଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories