www.samajalive.in
Monday, December 8, 2025
27.1 C
Bhubaneswar

ଆବାସିକ ବିଦ୍ୟାଳୟରେ ଗୁଣ୍ଡାରାଜ: ୩୪ଛାତ୍ରୀ ଆହତ

ପାଟନା : ବିହାରର ସାଉପଲ ଜିଲା ଅନ୍ତର୍ଗତ ତ୍ରିବେଣୀଗୁଞ୍ଜସ୍ଥିତ କସ୍ତୁରବା ଆବାସିକ ବାଳିକା ବିଦ୍ୟାଳୟ ପରିସରକୁଚିଛି ଅସାମାଜିକ ଯୁବକ ପ୍ରବେଶକରି ଅନ୍ତେବାସୀଙ୍କୁ ଆଖିବୁଜା ମାରପିଟ୍‍ କରିବାରେ ୩୪ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରୀଙ୍କ ବୟସ ୧୨ରୁ ୧୬ମଧ୍ୟରେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ କିଛି ଶିକ୍ଷକ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ କିଛି ଯୁବକ ସେମାନଙ୍କୁ ହଇରାଣ ହରକତ କରୁଥିବା ଓ ବିଦ୍ୟାଳୟ ଛାତ୍ରୀନିବାସ କାନ୍ଥରେ ଅଶ୍ଳୀଳ ଭାଷାରେ ଏଣୁତେଣୁ ଲେଖୁଥିବା ନେଇ ଛାତ୍ରୀମାନେ ପୂର୍ବରୁ ଅଭିଯୋଗ କରିଥିଲେ। ଶନିବାର ସନ୍ଧ୍ୟାରେ ୨୦ରୁ ଊର୍ଦ୍ଧ୍ବ ଯୁବକ ଓ ସେମାନଙ୍କ ଅଭିଭାବକ ଛାତ୍ରୀନିବାସକୁ ଘେରିଯିବା ସହ ଆତଙ୍କରାଜ ଚଳାଇଥିଲେ। ସେମାନେ ଛାତ୍ରୀଙ୍କୁ ମାଡ଼ ମାରିଥିଲେ ଓ ଦୁର୍ବ୍ୟବହାର କରିଥିଲେ। ସେମାନେ ଛାତ୍ରୀଙ୍କୁ ବିଦ୍ୟାଳୟ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ଛାତ୍ରୀମାନେ ସେମାନଙ୍କ ଶରଣ ପଶିଥିଲେ ମଧ୍ୟ ଯୁବକମାନଙ୍କ କବଳରୁ ତ୍ରାହି ପାଇ ନଥିଲେ। କିଛି ଛାତ୍ରୀ ସାହସର ସହିତ ସେମାନଙ୍କ ପ୍ରତିରୋଧ କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାରେ ୪ଜଣ ମହିଳାଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।
ସୂଚନାନୁଯାୟୀ, ଶନିବାର ଅପରାହ୍ଣରେ କିଛି ସ୍ଥାନୀୟ ଯୁବକ ଏହି ସରକାରୀ ବିଦ୍ୟାଳୟ ପରିସରକୁ ଲୁଚିଲୁଚି ପ୍ରବେଶ କରୁଥିବାବେଳେ ଛାତ୍ରୀମାନଙ୍କ ଦ୍ୱାରା ଧରାପଡ଼ିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯୁବକମାନେ ସ୍ଥାନ ଛାଡ଼ି ଚାଲିଯିବା ପରିବର୍ତ୍ତେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରି ସେମାନଙ୍କଠାରୁ ମାଡ଼ ଖାଇଥିଲେ। ବିଦ୍ୟାଳୟରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ସେମାନେ ଅନ୍ତେବାସୀଙ୍କୁ ଭୟଭୀତ କରିଥିଲେ। ପରେ ସନ୍ଧ୍ୟାରେ ସେମାନେ ଗୋଷ୍ଠୀବଦ୍ଧ ହୋଇ ବିଦ୍ୟାଳୟରେ ଅନୁପ୍ରବେଶ କରିବା ସହ ଆଖିବୁଜା ମାରପିଟ୍‍ ଆରମ୍ଭ କରିଥିଲେ ବୋଲି ପୁଲିସ କହିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories