www.samajalive.in
Sunday, December 7, 2025
15.1 C
Bhubaneswar

ସେବା ଓ ସେବକ ସପ୍ତାହ ପାଳନ ଅବସରରେ ରକ୍ତଦାନ ଶିବିର

ହରଭଙ୍ଗା : ଶତାୟୁ ଖବରକାଗଜ ସମାଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସମାଜ ପରିବାର ପକ୍ଷରୁ ସାତଦିନ ଧରି ସେବା ଓ ସେବକ ସପ୍ତାହ ରାଜ୍ୟବ୍ୟାପୀ ପାଳନ କରାଯାଉଛି। ଏଭଳି ମହତ୍ କାର୍ଯ୍ୟକ୍ରମ ଅବସରରେ ପୁଣ୍ୟାତ୍ମାଙ୍କ ସେବା ଓ ତ୍ୟାଗ ମନୋଭାବକୁ ଉଦଜୀବିତ ରଖିବା ପାଇଁ ଗୁରୁବାର ସମାଜ ପରିବାର ଓ ଗଡଜାତ ସାଂସ୍କୃତିକ ପରିଷଦ କମିଟି ବୀରନରସିଂହପୁର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ବୀରନରସିଂହପୁର ନର୍ସରୀ ଠାରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ମନୋଭାବକୁ ମନେପକାଇବା ସହିତ ପୁଣ୍ୟାତ୍ମାଙ୍କ ସ୍ମୃତିଚାରଣ କରିଥିଲେ। ରକ୍ତ ସଂଗ୍ରହ କରାଯାଇଥିଲା। ଏହା ସହିତ ବୀରନରସିଂହପୁର ବାଳଶ୍ରମରେ ସମ୍ପାଦକ ନବୀନ ବଘାର ,୭ନଂ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର,ସାମ୍ବାଦିକ ନରେନ୍ଦ୍ର କୁମାର ସାହୁ,ସମାଜସେବୀ ଦେବାଶିଷ ମହାକୁଡ, ଦୁଃଖିଶ୍ୟାମ ଗାଈଗୌରୀଆ, ଉପସ୍ଥିତିରେ ପିଲାଙ୍କୁ ଖାତା,କଲମ ସହିତ ବିସ୍କୁଟ ବଂଟନ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମ ସମାଜ ପରିବାର ଓ ଗଡଜାତ ସାଂସ୍କୃତିକ ପରିଷଦ ବୀରନରସିଂହପୁର ମିଳିତ ସହଯୋଗ ଅନୁଷ୍ଠିତ ହୋଇଥିଲା। ରକ୍ତଦାନ କାର୍ଯ୍ୟକ୍ରମରେ ଡାକ୍ତର ରଜତ କୁମାର ମହାନନ୍ଦିଆ,ପ୍ରମୋଦ କୁମାର ମହାରଣା,ଦିଲ୍ଲୀପକୁ ଭୋଇ,ମୁନା ସେଠୀ ,ସାଂସ୍କୃତିକ ପରିଷଦ କମିଟିର ସମସ୍ତ କର୍ମକର୍ତା ଏବଂ ସମାଜ ପରିବାର ସଦସ୍ୟ ଶଶାଙ୍କ ଶେଖର ମିଶ୍ର ଓ ପ୍ରିତୀ ରଞ୍ଜନ ଦାସ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ସ୍ୱେଛାକୃତ ରକ୍ତଦାତାଙ୍କୁ ସମାଜ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories