www.samajalive.in
Monday, December 8, 2025
17.1 C
Bhubaneswar

ନିର୍ମାଣାଧୀନ ମୁକ୍ତାକାଶ ଥିଏଟର ଭୁଶୁଡ଼ିବାକୁ କେନ୍ଦ୍ରକରି ଓଡ଼ିଶା ରାଜ୍ୟ କୃଷକ ସଂଗଠନର ତାଲାବନ୍ଦ ଆନ୍ଦୋଳନ

ରେଙ୍ଗାଲିକ୍ୟାମ୍ପ : ସରକାରଙ୍କ ଅନୁଦାନ ଅର୍ଥ ରାଶିରେ ଅତାବିରା ଆର୍ ଏମ୍ ସି ସଂପାଦକଙ୍କ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ମୁକ୍ତାକାଶ ପ୍ରେକ୍ଷାଳୟର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ଥିଲା। ଯାହା କି ସପ୍ତାହେ ନ ପୁରୁଣୁ ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟବଶତଃ କୌଣସି ବ୍ୟକ୍ତି ପାଖରେ ନଥିଲେ। ଏହି ପ୍ରେକ୍ଷାଳୟଟି ଚାଷୀଙ୍କ ପାଇଁ କୌଣସି ଦରକାର ନଥିଲା। କାରଣ ଚାଷୀଙ୍କ ଧାନ ଯଦି ସୁରକ୍ଷିତ ନୁହେଁ, ଖୋଲା ଆକାଶ ତଳେ ଶ୍ରମ ଅର୍ଜିତ ସମସ୍ତ ଧାନ ଯଦି ବର୍ଷା କାଦୁଅରେ ସଢ଼ିଲା, ସେଠି ଚାଷୀ ପ୍ରେକ୍ଷାଳୟର ଗୁରୁତ୍ଵ କିଛି ନାହିଁ। ତଥାପି ଯଦି ସରକାର ନିର୍ମାଣ ପାଇଁ ବ୍ୟୟ ଅର୍ଥରାଶି ଦେଉଛନ୍ତି ତେବେ ତାର ନିର୍ମାଣ ଅତ୍ୟନ୍ତ ଉଚ୍ଚ କୋଟିର ହେବା କଥା। କିନ୍ତୁ କାନ୍ଥଟି ସମ୍ପୂର୍ଣ୍ଣ ନ ହେଉଣୁ ଭୁଶୁଡ଼ି ପଡ଼ିଛି। ଏନେଇ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ସଭାପତି ହାରାଧନ ପ୍ରଧାନଙ୍କ ନେତୃତ୍ୱରେ ସଂଘର ସମସ୍ତ ସଭ୍ୟ ଭୁୁଶୁଡ଼ି ପଡ଼ିଥିବା ସ୍ଥଳକୁ ପରିଦର୍ଶନରେ ଯାଇ ନିମ୍ନ ମାନର କାର୍ଯ୍ୟ କରି ହରି ଲୁଟ କରାଯାଇଥିବା ହୃଦବୋଧ କରିଥିଲେ। ଏହି କାର୍ଯ୍ୟରେ ସଂପୃକ୍ତ ଥିବା କର୍ମଚାରୀ ତଥା ବିଭାଗୀୟ ଅଧିକାରୀ ଓ ଠିକାଦାରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତକାଲିଠାରୁ ତାଲା ବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ଯେ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପହଞ୍ଚି ଅସାଧୁ ଅଧିକାରୀ ତଥା କର୍ମଚାରୀମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ନଦେବେ ସେପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏ ତାଲା ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ଅଡି ରହିଥିଲା। ହେଲେ ପ୍ରଶାସନ ପହଞ୍ଚିବା ପୂର୍ବରୁ କିଛି ଅସାଧୁ ସରକାରୀ କର୍ମଚାରୀ ତଥା କେତେକ ମୁଷ୍ଟିମେୟ ବ୍ୟକ୍ତିମାନେ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନ ସ୍ଥଳରୁ ହଟାଇ ତାଲା ଖୋଲିବା ଉଦ୍ୟମ କରିଥିଲେ । କିନ୍ତୁ ଜିଲ୍ଲାରେ ଅଗ୍ରଣୀ ଭୂମିକା ରଖିଥିବା ସଂଗ୍ରାମୀ ବରିଷ୍ଠ ଚାଷୀ ସଂଗଠନ ନିଜ ଜିଦରେ ଅଟଳ ରହଥିଲେ।

ଏନେଇ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ, ଆର୍ ଏମ୍ ସି ସଂପାଦକ ପ୍ରଦୀପ ବେସନ ଏହି ଖବର ପାଇ ଚାଷୀଙ୍କ ଧାରଣା ସ୍ଥଳକୁ ପହଞ୍ଚି ଚାଷୀଙ୍କ ସହ ଭୁଶୁଡ଼ି ପଡୁଥିବା ପ୍ରେକ୍ଷାଳୟକୁ ଯାଇ ପ୍ରକୃତରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଦେଖିଥିଲେ। ଏହାପରେ ମଣ୍ଡିକୁ କେବଳ ଦୁଇଟି ଗେଟ୍ ଛଡା ବାକି ତକ ଖୋଲା ରାସ୍ତାକୁ ବନ୍ଦ କରିବା ଓ ଭୁଶୁଡ଼ି ପଡ଼ିଥିବା କାର୍ଯ୍ୟରେ ଲିପ୍ତଥିବା ଯେ କେହି ବି ସରକାରୀ କର୍ମଚାରୀ ତଥା ଅଧିକାରୀମାନଙ୍କ ଉପରେ ଆଗାମୀ ୪ଦିନ ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଠିକାଦାରଙ୍କୁ ବ୍ଲାକ୍ ଲିଷ୍ଟରେ ରଖି ତାଙ୍କୁ ଗୋଟିଏ ବି ଟଙ୍କା ଦିଆଯିବ ନାହିଁ ବୋଲି ଧାରଣାକାରୀ ସଂଗଠନଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ସଂଗଠନ ଧାରଣା ସ୍ଥଳରୁ ଓହରିଥିଲେ। ତେବେ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ ହେବ ନା ମଉଳିଯିବ? ସଂପୃକ୍ତ ଅଧିକାରୀମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ନା ବଡ଼ ବଡ଼ିଆଙ୍କୁ ଘଣ୍ଟ ଘୋଡାଇ ତଳିଆ କର୍ମଚାରୀଙ୍କୁ ଚାପି ଦିଆଯିବ ତାହା ପ୍ରଶ୍ନବାଚୀ ହୋଇ ରହିଛି। ଯଦି ଏପରି କିଛି ହୁଏ, ଆଗାମୀ ଦିନରେ ଯଦି ପ୍ରତିଶ୍ରୁତି ସଫଳ ରୂପାୟନ ନହୁଏ ତେବେ ବ୍ଲକ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ରହିଥିବା ସରକାରୀ କାର୍ଯ୍ୟାଳୟମାନଙ୍କୁ ସମ୍ପୂର୍ଣ୍ଣ ଅଚଳ କରି ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛନ୍ତି। ଏହି ତାଲାବନ୍ଦ ଆନ୍ଦୋଳନରେ ସଂଗଠନର ନିର୍ଦ୍ଦେଶକ ବୃଷଭାନୁ ସାହୁ, ସଂପାଦକ ଲୋକେଶ୍ବର ପ୍ରଧାନ, ପଲଉ ମାଝି, ବସନ୍ତ ବାରିକ, ଜଗନ୍ନାଥ ସାହୁ, ମହାଦେବ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories