www.samajalive.in
Monday, December 8, 2025
27.1 C
Bhubaneswar

ଚିକିତ୍ସା ନମିଳିବାରୁ ନଳା ପାଣିରେ ଲୋଟିଗଲେ ପୋଡି ଯାଇଥିବା ବୃଦ୍ଧ ବ୍ୟକ୍ତି

ଲକ୍ଷ୍ମୌ- ପୋଡିଯାଇଥିବା ଜଣେ ବ୍ୟକ୍ତିଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନମିଳିବାରୁ ସେ ନଳାପାଣିରେ ବସି ରହଥିବାର ଦୃଶ୍ୟ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି । ଏହି ଘଟଣା ଉତ୍ତରପ୍ରଦେଶର ।

ଜୈଥରା ବ୍ଲକ ଗୌଶଲପୁରର ୬୫ ବର୍ଷିୟ ବୃଦ୍ଧ ରାମଜୀ ଲାଲ ନିଜ ପାଇଁ ରାନ୍ଧୁଥିବା ବେଳେ ନିଆଁରେ ପୋଡିଯାଇଥିଲେ । ୫ ଦିନ ତଳେ ତାଙ୍କୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିାଲା । ତାଙ୍କୁ ଜରୁରୀ କାଳୀନ ବିଭାଗରେ ଗୋଟିଏ ଦିନ ରଖାଯାଇଥିଲା । ଏହାପରେ ସର୍ଜିକାଲ୍‌ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଏଠାରେ ପୋଡିଯାଇଥିବା ବ୍ୟକ୍ତିଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା କଥା ଅଭିଯୋଗ ହୋଇଛି।

- Advertisement -

ତାଙ୍କ ଶରୀର ପୋଡାସ୍ଥାନ ଜଳିବାରୁ ସେ ପାଣି ଢାଳି ହୋଇଥିଲେ । ଏଥିପାଇଁ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କୁ ଓ୍ୱାର୍ଡରୁ କାଢି ଦେଇଥିଲେ । ଏହାପରେ ପୋଡିଯାଇଥିବା ବ୍ୟକ୍ତିଜଣଙ୍କ କୋଭିଡ୍‌ -୧୯ ଲ୍ୟାବ୍‌ ନିକଟ ନଳାପାଣିରେ ବସିଥିବା ଦେଖିବା ପାଇଁ ମିଳିଥିଲା । ତାଙ୍କ ଶରୀରେ ପୋଡା ଅଂଶ କଷ୍ଟ ହେଉଥିବାରୁ ସେ କୌଣସି ଉପାୟ ନପାଇ ନଳାପାଣିରେ ବସି ରହିଥିବା କଥା କହିଥିଲେ ।

ବୃଦ୍ଧଙ୍କୁ ସଠିକ୍‌ ଚିକିତ୍ସା ନଯୋଗାଇ ଓ୍ୱାର୍ଡରୁ ତଡି ଦିଆଯାଇଥିବା ଘଟଣାକୁ ବିଭିନ୍ନ ମହରେ ନିନ୍ଦା କରାଯାଇଛି ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories