www.samajalive.in
Monday, December 8, 2025
27.1 C
Bhubaneswar

ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ଜିଲ୍ଲାସ୍ତରୀୟ ସମାରୋହ

ଲାଞ୍ଜିଗଡ : ଅନ୍ତର୍ଜାତୀୟ ଯୋଗ ଦିବସ ପାଳନକୁ ନେଇ ଆଜି ପଲ୍ଲୀଠାରୁ ଦିଲ୍ଲୀ ସଜାଗ ଓ ତତ୍ପର ହୋଇଉଠିଛି । ଏଥିପାଇଁ ଆଜି ଦେଶ ତଥା ବିଦେଶରେ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବାବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ମଧୁପୁରଠାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜିିତ ହୋଇଯାଇଛି ।
ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜୋନ୍ ଶିକ୍ଷାମଣ୍ଡଳାଧୀଶ କମଳାକାନ୍ତ ପ୍ରହରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୁଣାତ୍ମକ ଶିକ୍ଷା ବିଶେଷଜ୍ଞ ଅମିତ କୁମାର ଭୋଇ, ମଧୁପୁର ସରକାରୀ ବାଳକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରିଧାରୀ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବିଶିଷ୍ଟ ଯୋଗ ପ୍ରଶିକ୍ଷକ ହେମନ୍ତ କୁମାର ମିଶ୍ର ଛାତ୍ରୀମାନଙ୍କୁ ଯୋଗ ଓ ପ୍ରାଣାୟାମ ସଂପର୍କରେ ଶିକ୍ଷା ଦେଇଥିଲେ । ବିଦ୍ୟାଳୟର ପିଇଟି ଶିକ୍ଷକ ଚାଞ୍ଚଲ୍ୟ କୁମାର ବାଗଙ୍କ ସମେତ ଶିକ୍ଷକ ସତ୍ୟବାଦୀ ନାଏକ, ସସ୍ମିତା ସାହୁ, ଡମ୍ବରୁଧର ଗଡତିଆ, ସାରିକା ପଣ୍ଡା, ପୁନୀତା ପାଢୀ, ସୋନାଲିକା ପାଢୀ, ପରମାନନ୍ଦ ସାହୁ, ଲଳିତା ହରପାଲ, ହେମାଙ୍ଗିନୀ ସୁନାଙ୍କ ସହିତ ଉଭୟ ବିଦ୍ୟାଳୟର ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀମାନେ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସେହିପରି ବେଦାନ୍ତ ହସ୍ପିଟାଲ ଓ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗର ମିଳିତ ଆନୁକୂଲ୍ୟରେ ଚମ୍ପାଦେଇପୁର ପଞ୍ଚାୟତ ଚନ୍ଦନପୁର ସ୍କୁଲ ପରିସରରେ ଅନ୍ତଜାର୍ତୀୟ ଯୋଗଦିବସ ପାଳିତ ହୋଇଥିବାବେଳେ ଏଥିରେ ସିଏସ୍‌ଆର୍ ବିଭାଗର ଦିଲିପ ପ୍ରଜାପତି, ବେଦାନ୍ତ ହସ୍ପିଟାଲର ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ଡା. ପ୍ରଶାନ୍ତ ପରମାଣିକ, ଡ. ଗୀତାଞ୍ଜଳି ଦେଇ, ମହେନ୍ଦ୍ର ହିଆଁଲ ଓ ଅଶୋକ ଖୁରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଲାଞ୍ଜିଗଡସ୍ଥିତ ଡିଏଭି ବେଦାନ୍ତ ଇଣ୍ଟର ନେସନାଲ ସ୍କୁଲ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ଅତିଥି ଭାବେ ଅଧ୍ୟକ୍ଷ ସଦାନନ୍ଦ ହୋତା, ଦୁଶ୍ମନ୍ତ ମାଝୀ, ଫରେନ୍ଦ୍ର କୁମାର ସାହୁ, ସଂଯୋଜିକା ଶ୍ୱେତା ପ୍ରସାଦ ପ୍ରମୁକ ଯୋଗ ଦେଇଥିବା ବେଳେ ଯୋଗ ପ୍ରଶିକ୍ଷକ ହେମନ୍ତ ସାହୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଯୋଗ ଓ ପ୍ରାଣାୟାମ ସଂପର୍କରେ ପ୍ରାଥମିକ ତାଲିମ ପ୍ରଦାନ କରିଥିଲେ ।
ଏହିପରି ଭାବେ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲରେ ଆୟୋଜିତ କାର୍ୟ୍ୟକ୍ରମରେ ଅତିଥି ଭାବେ ବିଶ୍ୱନାଥପୁର ସମିତିସଦସ୍ୟ ଅଜିତ ପ୍ରଧାନୀ, ବିରଂଚି ପ୍ରଧାନୀ, ଜିତେନ୍ଦ୍ର ନାଏକ, ସଂଯୋଜକ ଭାବେ କିଶୋର କୁମାର ଘଡେଇ, ଯୋଗ ପ୍ରଶିକ୍ଷକ ଭାବେ ଲିଙ୍ଗରାଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଲାଞ୍ଜିଗଡରୋଡ ପଞ୍ଚାୟତ ମାହେଶ୍ୱରୀପୁର ନନ୍ଦଘରଠାରେ ମମତା ଏଚ୍‌ଆଇଏମ୍‌ସି ଏବଂ ବେଦାନ୍ତ ନନ୍ଦଘର ଦ୍ୱାରା ଆୟୋଜିତ କାର୍ୟ୍ୟକ୍ରମରେ ଅତିଥି ସଂଯୋଜକ ଅକ୍ଷୟ ନାଏକ, ଅଙ୍ଗନବାଡି କର୍ମୀ ଜ୍ୟୋତି ହବୋ ପ୍ରମୁଖ ଯୋଗ ଦେଇଥିଲେ ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories