www.samajalive.in
Monday, December 8, 2025
27.1 C
Bhubaneswar

ଆଜିଠୁ ଖୋଲିଲା ପ୍ରଗତି ମୈଦାନ ସୁଡ଼ଙ୍ଗ; ଟନେଲ୍‌ ଓ ଭୂତଳରାସ୍ତା ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପ୍ରଗତି ମୈଦାନ ସମନ୍ବିତ ଟ୍ରାଞ୍ଜିଟ୍‌ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ୍‌ ସମେତ ପାଞ୍ଚଟି ଭୂତଳ ରାସ୍ତା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ମୋଦୀ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆମ ଦିଲ୍ଲୀର ଦ୍ବାରକାରେ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନ କେନ୍ଦ୍ର ତିଆରି ହେଉଛି, ସେହିପରି ପ୍ରଗତି ମୈଦାନରେ ପୁନର୍ବିକାଶ ପ୍ରକଳ୍ପ। ଏସବୁ ଏହାର ଏକ ଉଦାହରଣ। ଗତ ବର୍ଷ ମୁଁ ଏଠାରେ ଚାରୋଟି ପ୍ରଦର୍ଶନୀ ହଲର ଉଦଘାଟନ କରିବାର ସୁଯୋଗ ପାଇଥିଲି ଏବଂ ଆଜି ଆଧୁନିକ ସଂଯୋଗୀକରଣ ସୁବିଧାକୁ ଉଦଘାଟନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଥିବା ଆଧୁନିକ ନିର୍ମାଣଗୁଡିକ ଦେଶର ରାଜଧାନୀର ଚିତ୍ର ବଦଳାଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories