www.samajalive.in
Tuesday, December 9, 2025
17.1 C
Bhubaneswar

ଡିଜିଟାଲ ଯୁଗରେ ଅପରାଧିଙ୍କ ଟେର ପାଉନି ପୁଲିସ

ହରଭଙ୍ଗା: ସମୟ ବଦଳିଛି। ଡିଜିଟାଲ ଯୁଗରେ ଅପରାଧିଙ୍କୁ ଧରିବା ପାଇଁ ପୁଲିସ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ନୂତନ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ବଡ ବଡ ଅପରାଧିଙ୍କୁ ପୁଲିସ ଧରିବାରେ ସକ୍ଷମ ହେଉଛି। ଏଭଳି ସୁବିଧା ସତ୍ୱେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୁଲିସ ୨୦ରୁ ଅଧିକ ଚୋରି ଏବଂ ଡକାୟତି ଭଳି ଅପରାଧିକ ମାମଲାରେ ଅପରାଧିଙ୍କୁ ଧରିବାରେ ଫେଲ ମାରିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ସାଧାରଣ ଲୋକେ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଉଛନ୍ତି ?

ପ୍ରକାଶ ଯେ, ଗତ ୪ତାରିଖ ରାତିରେ ପୁରୁଣାକଟକ ଥାନାଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଜିଆଁକଟା ଗ୍ରାମର ମାଗିରାମ ବେହେରାଙ୍କ ଘରୁ ଏକ ସଶସ୍ତ୍ର ଡକାୟତି ଘଟଣା ଘଟିଥିଲା। ଡକାୟତି ଦଳ ମାରଣାସ୍ତ୍ର ଦେଖାଇ ମାଗିଙ୍କ ଘରୁ ନଗଦ ୧୦ଲକ୍ଷ ଟଙ୍କା ସହ ୧୦ ଭରି ସୁନାଗହଣା ଲୁଟ୍‍ କରିଥିଲେ। ଗାଁ ଲୋକଙ୍କ ଉପସ୍ଥିତିରେ ଡକାୟତି ଦଳ ବନ୍ଧୁକ, ଭୁଜାଲି, ବୋମା ଭଳି ମାରଣାସ୍ତ୍ର ଦେଖାଇ ଏକ ବଡଧରଣର ଡକାୟତି କରିବାରେ ସକ୍ଷମ ହୋଇଥିଲେ। ଅପରାଧିମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ସବୁ ଲୁଟ୍‍ କରି ଚମ୍ପଟ ମାରିଥିଲେ। ଘଟଣାର ୧୨ଦିନ ପରେ ପୁଲିସ ଅପରାଧିଙ୍କୁ ଧରିବାରେ ବିଫଳ ହୋଇଛି।

- Advertisement -

ଏହା ପୂର୍ବରୁ ଥାନାଠାରୁ ୨ଶହମିଟର ଦୂରରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା ଘଟିବା ପରେ ମଧ୍ୟ ପୁଲିସ ଏହି ମାମଲାରେ ମଧ୍ୟ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଏଭଳି ଛୋଟ ବଡ୨୦ରୁ ଅଧିକ ମାମଲା ପୁରୁଣାକଟକ ଥାନା ଅଂଚଳରେ ଘଟିସାରିଛି। କେବଳ ମାଧପୁର ବ୍ୟାଙ୍କରୁ ଚୋରି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାମଲାରେ ଅପରାଧିଙ୍କୁ ଧରିବାରେ ବିଫଳ ହୋଇଛି। ଅପରାଧିମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜା ଦେଇ ବଡ ବଡ ଅପରାଧ ପୁରୁଣାକଟକ ଥାନା ଅଂଚଳରେ ଘଟାଇ ଚାଲିଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ମାତ୍ର ବିଭାଗୀୟ ଉଚ୍ଚ କତୃପକ୍ଷ ଏହି ଘଟଣାରେ ଦକ୍ଷ ପୁଲିସ ଅଧିକାରୀଙ୍କୁ ନିୟୋଜିତ ନକରିବା ପଛରେ କଣ ରହସ୍ୟ ରହିଛି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସୂଚନା ଥାଉ କି, ଜିଆଁକଟା ଡକାୟତି ଘଟଣାର ୪/୫ଦିନପରେ ହରଭଙ୍ଗା ଥାନା ଅର୍ନ୍ତଗତ ବୁକେଶିଙ୍ଗା ଗ୍ରାମରେ କିଛି ଅଜଣା ଅଚିହ୍ନା ଫିକା ମିଲିଟାରୀ ପୋଷାକ ପିନ୍ଧିଥିବା ଅଣଓଡିଆ ଲୋକଙ୍କୁ ଦେଖି ଗାଁ ଲୋକଙ୍କ ମନରେ ଭୟଭୀତ ହୋଇଥିଲେ।ଏ ନେଇ ସ୍ଥାନୀୟ ପୁଲିସକୁ ମଧ୍ୟ ଅବଗତ କରିଥିଲେ।

ସେହିପରି ଗତ ବୁଧବାର ତିଲେଶ୍ୱର ଅଂଚଳରେ ମଧ୍ୟ କିଛି ଅଣଓଡିଆ ଯୁବକ ମାରଣାସ୍ତ୍ର ଧରି ବୁଲୁଥିବା ଘଟଣା ସର୍ମ୍ପକରେ ଲୋକେ ପୁଲିସକୁ ସୂଚନା ଦେଇଥିବା ଜଣାପଡ଼ିଛି। ଅପରାଧିମାନେ ବିନା ଭୟରେ ଅଂଚଳରେ ମାରଣାସ୍ତ୍ର ଧରି ଚକର କାଟୁଥିବାବେଳେ ଏ ସର୍ମ୍ପକରେ ପୁଲିସ କୌଣସି ସୂଚନା ନପାଇବା ଏବଂ ନୀରବତା ପଛରେ ଲୁକାୟିତ ରହସ୍ୟକୁ ଇଙ୍ଗିତ କରୁଛି। ତୁରନ୍ତ ଏ ଦିଗରେ ପୁଲିସ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ ଉଠୁଛି। ଏ ସର୍ମ୍ପକରେ ବୌଦ୍ଧ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁଙ୍କୁ ପଚାରିବାରୁ ସେ କହିଲେ ଏ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି। ଅପରାଧିଙ୍କୁ ପୁଲିସ ଧରିବାରେ ନିଶ୍ଚୟ ସଫଳ ହେବ ବୋଲି କହିଛନ୍ତି। ଅନ୍ୟପଟେ ତିଲେଶ୍ୱର ଅଂଚଳର ଖବର ଆମ ପାଖରେ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories