www.samajalive.in
Monday, December 8, 2025
20.1 C
Bhubaneswar

ଆଜିଠୁ ଖୋଲିବ ବିଦ୍ୟାଳୟ, ୧୦ରୁ ୪ ପାଠପଢ଼ା

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଖୋଲିବ ବିଦ୍ୟାଳୟ। ୧୧ ଦିନିଆ ଗ୍ରୀଷ୍ମ ଛୁଟି ସରିବା ପରେ  ଶୁକ୍ରବାରଠାରୁ ଆରମ୍ଭ ହେବ ଶ୍ରେଣୀଗୃହ ଶିକ୍ଷାଦାନ। ଚଳିତ ମାସ ୫ ତାରିଖ ସକାଳୁଆ ବିଦ୍ୟାଳୟର ଅନ୍ତିମ ତାରିଖ ଥିଲା। ଏହି ଅବଧି ଅତିକ୍ରାନ୍ତ ହୋଇଥିବା ବେଳେ ୬ରୁ ଖରାଛୁଟି ଘୋଷଣା ହୋଇଥିଲା। ଆଜି ପୂର୍ବ ଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପାଠ ପଢାଯିବ। ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନ ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ସମୟ ସାରଣୀ ପ୍ରସ୍ତୁତ କରିବେ। ଏହି ସାରଣୀ ମୁତାବକ କିଭଳି ଭାବେ ପାଠ୍ୟକ୍ରମ ସରିବ ସେ ଦିଗରେ ପଦକ୍ଷେପ ନେବେ। ଶିକ୍ଷକ ଶିକ୍ଷୟିତ୍ରୀ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଏବଂ ଅପରାହ୍ଣ ସାଢେ଼ ୪ଟା ଯାଏଁ ସ୍କୁଲ ପରିସରରେ ଉପସ୍ଥିତ ରହିବେ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ବିଦ୍ୟାଳୟ ଖୋଲିବା ଓ ପାଠପଢା ନେଇ ନିୟମାବଳୀ ଜାରି କରାଯାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ସମସ୍ତ ପାଠ୍ୟକ୍ରମ ସାରିବାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ କାମ କରିବେ। ସଠିକ୍‌ ଭାବେ ଏକାଡେମିକ୍‌ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷାବର୍ଷ ଯେପରି ୨୦୨୩ ମାର୍ଚ୍ଚ ସୁଦ୍ଧା ସରିବ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଛାପା ଯାଇଥିବା ଏଫ୍‌ଏଲଏନ୍‌ ଓ ୪ର୍ଥରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ଏଲ୍‌ଇପି ବହିକୁ ପାଠ୍ୟପୁସ୍ତକ ସହ ପ୍ରଦାନ କରାଯିବ। ଉଭୟ ପୁସ୍ତକ ପଢାଯିବ। ପ୍ରତି ଶ୍ରେଣୀରେ ବିଷୟ ମୁତାବକ ସମୟ ସାରଣୀ ଲଗାଯିବ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories