www.samajalive.in
Monday, December 8, 2025
20.1 C
Bhubaneswar

ସିଆରସିସିମାନଙ୍କ ଜିଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ

ବୌଦ୍ଧ  : ବୌଦ୍ଧରେ ସିଆରସିସିମାନଙ୍କ ଜିଲାସ୍ତରୀୟ ଏକଦିବସୀୟ ତାଲିମ କାର୍ଯ୍ୟକ୍ରମ ଜିଲା ପକଳ୍ପ କାର୍ଯ୍ୟାଳୟର ସମଗ୍ର ଶିକ୍ଷା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ ଡଃ.ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ଜିଲାର ସମସ୍ତ ସିଆରସିସି କିପରି ଶୃଙ୍ଖଳିତ ଭାବରେ ନିଜର ଦାୟିତ୍ୱ ନିର୍ବାହ କରିପାରିବେ ତାଲିମ ପ୍ରଦାନ କରାଯାଇଥିଲା। ଜିଲାର ସମସ୍ତ ସିଆରସିସି ନିଜ ନିଜ ଆଞ୍ଚଳିକ ସାଧନ କେନ୍ଦ୍ର ସୁସଜ୍ଜିତ କରିବା, ବିଦ୍ୟାଳୟକୁ ଯାଇ କିପରି ପିଲାଙ୍କ ଶିକ୍ଷଣ ଫଳାଫଳ ନିର୍ଦ୍ଧାରଣ, ଅନଲାଇନ ମାଧ୍ୟମରେ କରିବେ, ପିଲାଙ୍କ ଆଧାର ଏବଂ ଶିକ୍ଷକ ପ୍ରୋଫାଇଲ ଅପଡେସନ କରିବେ,ଅଙ୍ଗନବାଡି ସଂଲଗ୍ନ ବିଦ୍ୟାଳୟ ଓ ସ୍କୁଲ ମନିଟରିଙ୍ଗ ଉପରେ ଜିଲା ଏମଆଇଏସ ପ୍ରୋଗ୍ରାମର ସୁଶାନ୍ତ କୁମାର ଦାଶ ତାଲିମ ପ୍ରଦାନ କରିଥିଲେ । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲା ବର୍ଷାଜଳ ସଂରକ୍ଷଣ ଉପରେ ଆଲୋଚନା କରିଥିଲେ। ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କ ବିଷୟରେ ଏବଂ ମୋ ସ୍କୁଲ ଅଭିଯାନ ବିନିଯୋଗପତ୍ର ପ୍ରଦାନ ଓ ନୂତନ ପ୍ରସ୍ତାବ ବିଷୟ ଜିଲା ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରି ଆଲୋଚନା କରିଥିଲେ। ଜିଲା ଶିକ୍ଷା ଅଧିକାରୀ ଡଃ. ମାଝୀ ଏହି ବିଭାଗୀୟ କାର୍ଯ୍ୟକୁ ସୂଚାରୁରୂପେ ତୁଲାଇବାକୁ ସମସ୍ତ ସିଆରସିସି ତଥା ସଂପୃକ୍ତ ବିଭାଗୀୟ ସଂଯୋଜକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଘିବେଲା ,ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନ ଓ ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲାର ସମସ୍ତ ସିଆରସିସି,ସମସ୍ତ ବିଭାଗର ସଂଯୋଜକ ଓ କାର୍ଯ୍ୟାଳୟ ସହାୟକମାନେ ଉପସ୍ଥିତ ଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories