ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ; ନାମାଙ୍କନ ଭରିଲେ ଆରୁଖ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ । ବିଧିବଦ୍ଧ ଭାବେ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କର ଭରିବା ପରେ ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଆରୁଖ କହିଛନ୍ତି ବିଧାନସଭାର ଗାରିମା ମୁଁ ରକ୍ଷା କରିବି । ଗୃହ ପରିଚାଳନା ପାଇଁ ଆରୁଖ ମସସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ଆରୁଖଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଅନେକ ବରିଷ୍ଠ ବିଧାୟକ ଓ ଅଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।
Comments are closed.