www.samajalive.in
Monday, December 8, 2025
27.1 C
Bhubaneswar

ଜମ୍ମୁ-କାଶ୍ମୀର ; ଡ୍ରୋନ ଉପରେ ଗୁଳିଚାଳନା ,ପିଲାଙ୍କ ଟିଫିନ୍‍ ବକ୍ସରୁ ଆଇଇଡି ଜବତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ପାକିସ୍ତାନର ଏକ ବିସ୍ଫୋରଣ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି ବୋଲି ଖବର ମିଳିଛି। ବିଏସଏଫର ଯବାନମାନେ ମଙ୍ଗଳବାର ଜମ୍ମୁ ଜିଲାରେ ଭାରତ-ପାକିସ୍ତାନ ସୀମାରେ ଡ୍ରୋନ ଦେଖିଥିଲେ। ଡ୍ରୋନ ଦେଖିବା ପରେ ସୁରକ୍ଷାକର୍ମୀ ଗୁଳିଚାଳନା କରିଥିଲେ। ଏହି ସମୟରେ ଡ୍ରୋନଟିରୁ ଭାରତ ସୀମାରେ ଆଇଇଡି ବୋମାକୁ ପକାଇ ଦେଇଥିଲେ।
ଆଇଇଡି ବୋମାକୁ ପିଲାଙ୍କ ଟିଫିନ୍‍ ବକ୍ସରେ ରଖି ପଠାଇଥିବା ନେଇ ଖବର ମିଳିଛି।
ସୂଚନା ଯୋଗ୍ୟ, ଅଖନୁର ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ପଠାଯାଇଥିବା ସନ୍ଦିଗ୍ଧ ଡ୍ରୋନ ଦେଖା ଯାଇଥିଲା। ପୂର୍ବରୁ ସତର୍କ ଥିବା ଯବାନମାନେ ଏହା ଉପରେ ଗୁଳିଚାଳନା କରିଥିଲେ। ସନ୍ଦିଗ୍ଧ ଡ୍ରୋନରୁ ସୁରକ୍ଷାକର୍ମୀମାନେ ଲଟକି ରହିଥିବା ଜିନିଷକୁ ତଳେ ପକାଇ ଦେଇଥିଲେ। ଯାଞ୍ଚ କରିବା ପରେ ତାହା ଆଇଇଡି ବୋମା ଥିଲା ବୋଲି ଜଣାପଡିଥିଲା। ସୁରକ୍ଷାକର୍ମୀ ଏହାକୁ ତୁରନ୍ତ ନିଷ୍କ୍ରିୟ କରିଥିଲେ। ଏହି ବୋମାରେ ଟାଇମ୍‍ ଫିକ୍ସ (ସମୟ ନିର୍ଦ୍ଧାରଣ) କରାଯାଇଥିଲା।
ସୀମା ସୁରକ୍ଷାକର୍ମୀଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,ଭାରତ-ପାକିସ୍ତାନ ସୀମାରେ ପ୍ରତ୍ୟେକ ସ୍ଥାନରେ ଡ୍ରୋନର ଭୟ ରହିଛି। ମାତ୍ର ସୀମାରେ ସମସ୍ତ ପ୍ରକାର ମନ୍ଦ ଉଦ୍ଦେଶ୍ୟକୁ ଏଡାଇବା ସହ ସୁରକ୍ଷାକର୍ମୀ ସତର୍କ ରହୁଛନ୍ତି।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories