www.samajalive.in
Monday, December 8, 2025
27.1 C
Bhubaneswar

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିଶ୍ଵ ଵାଇସାଇକେଲ ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ: ଆଜି ବିଶ୍ୱ ସାଇକେଲ ଦିବସ। ବର୍ତ୍ତମାନ ‘ଫିଟ୍ ଇଣ୍ଡିଆ’ରେ ଏହାକୁ ସାମିଲ କରାଯାଇ ସୁସ୍ଥ ଭାରତ ଗଠନ ପାଇଁ ଆହ୍ବାନ ଦିଆଯାଉଛି। ଏହି ଅବସରରେ ଅତାବିରା ବ୍ଲକ ଜହ୍ନାପଡା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ସୁବାସିନୀ ତରିଆ, କୈଲାଶ ପଧାନ, ଦଖିଲ ପଧାନ, ଟକଂଧର ଭୋଇ ଓ ଵାସୁଦେବ ପଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ମଣିଷ ସବୁ ଦୃଷ୍ଟିରୁ ସୁବିଧାବାଦୀ ହୋଇଯାଇଛି। ତେଣୁ ଶାରୀରିକ ପରିଶ୍ରମ ନକରି କେବଳ ଯାନ୍ତ୍ରିକ ଶକ୍ତିର ଉପଯୋଗ କରୁଛି। ଫଳ ସ୍ୱରୂପ ଆଗଭଳି ମଣିଷମାନଙ୍କ ଶାରୀରିକ ସୁସ୍ଥତା ଧୀରେ ଧୀରେ କମିଯାଉଛି । ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ମଣିଷ ସାଇକେଲ ଚାଳନା କଲେ ମାଂସପେଶୀଗୁଡ଼ିକ ଶକ୍ତ ହୋଇଥାଏ। ଶରୀରର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ। କିନ୍ତୁ ବର୍ତ୍ତମାନ ମଣିଷ ସାଇକେଲ ପରିବର୍ତ୍ତେ ମଟର ସାଇକେଲ ଉପରେ ବେଶୀ ନିର୍ଭର୍ସିଲ ହେଉଛି। ତେଣୁ ପୁଣି ଥରେ ସେଇ ସାଇକେଲ ର ବ୍ୟବହାରକୁ ଆପଣେଇ ନେଇ ଶରୀର ସହିତ ପରିବେଶକୁ ମଧ୍ୟ ସୁସ୍ଥ ରଖିବାର ମହତ ବାର୍ତ୍ତା ନେଇ ନେହେରୁ ଯୁବ କେନ୍ଦ୍ରର ନୂତନ ଯୁବ ପିଢ଼ି ପାଳନ କରିଥିଲେ ବିଶ୍ଵ ସାଇକେଲ ଦିବସ। ଏହାକୁ ପରିଚାଳନା କରଥିେଲ ସ୍ବେଛାସେବୀ ଲିସା ପଧାନ, ମୁନା ନାଏକ ଓ ସୁବାସିଷ ସାହୁ । ଏହି ରାଲିରେ ଗ୍ରାମର ବହୁ ସଂଖ୍ୟକ କୈଶୋର ବାଳକ ବାଳିକା ମଧ୍ୟ ସାମିଲ ହୋଇଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories