www.samajalive.in
Monday, December 8, 2025
27.1 C
Bhubaneswar

‘ଯବାନ’: ଶାହରୁଖଙ୍କ ଲୁକ୍‌ ଦେଖି ଟାଙ୍କୁରି ଉଠିବ ଲୋମ

ମୁମ୍ବାଇ: ବଲିଉଡ଼ ଅଭିନେତା ଶାହରୁଖ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ। ଅଭିନେତାଙ୍କ ଆଗାମି ଫିଲ୍ମ ‘ପଠାନ୍‌’ ଓ ‘ଡଙ୍କୀ’ ସହ ଜଡ଼ିତ ଖବର ପ୍ରଶଂସକମାବେ ପୂର୍ବରୁ ପାଇ ସାରିଛନ୍ତି, କିନ୍ତୁ ଏବେ ଶାହରୁଖ ତାଙ୍କ ନୂଆ ଫିଲ୍ମର ନାଁ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ନାଁ ରହିଛି ‘ଯବାନ’। ଏଟଲୀ କୁମାର ଏହାର ନିର୍ଦେଶନା ଦେଇଥିବା ବେଳେ ଆସନ୍ତା ବର୍ଷ ଜୁନ୍‌ ୨ ତାରିଖରେ ପ୍ୟାନ୍‌ ଇଣ୍ଡିଆ ସ୍ତରରେ ଏହା ମୁକ୍ତିଲାଭ କରିବ। ଏହା ଏକ ଆକ୍ସନ ଭିତ୍ତିକ ଚଳଚ୍ଚିତ୍ର, ଯାହାର ଟିଜର୍‌ ଶୁକ୍ରବାର ସାମ୍ନାକୁ ଆସିଛି। ଏଥିରେ ଶାହରୁଖଙ୍କ ରୂପ ଦର୍ଶକଙ୍କ ଲୋମ ଟାଙ୍କୁରାଇବା ପାଇଁ ଯଥେଷ୍ଟ।

- Advertisement -

ଶାହରୁଖ ଖାନଙ୍କ ପ୍ରଡକ୍ସନ ହାଉସ ରେଡ଼୍‌ ଚିଲିଜ୍‌ର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ‘ଯବାନ’ର ଟିଜର ରିଲିଜ୍‌ କରାଯାଇଛି। ୧ ମିନିଟ୍‌ ୩୦ ସେକେଣ୍ଡର ଏହି ଟିଜରରେ ସମସ୍ତଙ୍କ ନଜର ଶାହରୁଖଙ୍କ ଉପରେ ଅଟକିଛି। ଶାହରୁଖଙ୍କ ସହ ଟିଜର ଆରମ୍ଭ ହେଉଛି, ଯେଉଁଥିରେ ସେ ତାଙ୍କ ମୁହଁରେ ପଟ୍ଟି ବାନ୍ଧୁଥିବା ଦେଖିବାକୁ ମିଳିଛି। ଏହି କାରଣରୁ ତାଙ୍କର କେବଳ ଗୋଟିଏ ଆଖି ଦୃଶ୍ୟମାନ ହେଉଛି। ଅଭିନେତାଙ୍କର ଏହି ଲୁକ୍ ଅତ୍ୟନ୍ତ ଭୟଙ୍କର ଦେଖାଯାଉଛି। ତାଙ୍କ ଆଖି ପାଖରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି, ଯାହା ଲୋକଙ୍କୁ ଭୟଭୀତ କରିବା ପାଇଁ ଯଥେଷ୍ଟ।

ପ୍ୟାନ୍‌ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରୁଥିବା ଶାହରୁଖ ଖାନଙ୍କ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର। ଏଥିରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରା ଶାହରୁଖଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ। ଅଭିନେତାଙ୍କ ପତ୍ନୀ ଗୌରୀ ଖାନଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଓ କନ୍ନଡ଼ ଭାଷାରେ ରିଲିଜ୍‌ ହେବ।

 

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories