www.samajalive.in
Tuesday, December 9, 2025
17.1 C
Bhubaneswar

ବ୍ରଜରାଜନଗର ଉପନିର୍ବାଚନ: ଦଶମ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗରେ, ବିରୋଧୀ ପଛରେ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ଦିନ ୧୨ଟା ସୁଦ୍ଧା ୧୦ଟି ରାଉଣ୍ଡ ଶେଷ ହୋଇଛି। ପ୍ରଥମ ରାଉଣ୍ଡରୁ ଦଶମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡ଼ି ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରି ବହୁ ଭୋଟ ବ୍ୟବଧାନରେ ଆଗରେ ରହିଛି। ବିଜେଡ଼ିର ଭୋଟ ବ୍ୟବଧାନକୁ ଦେଖିଲେ ବ୍ରଜରାଜନଗର ଉପନିର୍ବାଚନରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟୀ ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ। ମିଳିଥିବା ସୂଚନା ଅନୁସାରେ ଦଶମ ରାଉଣ୍ଡରେ ବିଜେଡ଼ିକୁ ୪୭୩୧ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିକୁ ୬୯୬ ଏବଂ କଂଗ୍ରେସକୁ ୧୯୪୦ଖଣ୍ଡ ଭୋଟ ମିଳିଛି। ତେବେ ଦଶମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ମୋଟ ୪୮,୪୨୮ ଖଣ୍ଡ ଭୋଟ ମିଳିଛି। ସେହିପରି ଦଶମ ରାଉଣ୍ଡ ସୁଦ୍ଧା ବିଜେପିକୁ ୧୧୫୭୯ ଏବଂ କଂଗ୍ରେସକୁ ୧୧୬୧୪ ଖଣ୍ଡ ଭୋଟ ମିଳିଛି। ଅନ୍ୟ ଦଳମାନଙ୍କଠାରୁ ଦଶମ ରାଉଣ୍ଡ ସୁଦ୍ଧା ବିଜେଡ଼ି ୩୬,୮୧୪ଖଣ୍ଡ ଭୋଟ ବ୍ୟବଧାନରେ ଆଗରେ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories