www.samajalive.in
Monday, December 8, 2025
20.1 C
Bhubaneswar

ପାଠପଢା ଓ ବାସ୍ତୁ

ଅନେକ ସମୟରେ ଏପରି ଦେଖାଯାଏ ପିଲାମାନଙ୍କ ପାଠ ପଢାରେ ଯଥେଷ୍ଟ ମନ ଲାଗେ ନାହିଁ ବା ପାଠ ମନେ ରହେ ନାହିଁ। ଏହାର କାରଣ ଘରେ ଥିବା ବାସ୍ତୁ ଦୋଷ। ବାସ୍ତୁ ଦୋଷ କାରଣରୁ ସୃଷ୍ଟି ହେଉଥିବା ନକରାତ୍ମକ ଶକ୍ତି ପିଲାମାନଙ୍କ ଏକାଗ୍ରତାକୁ ନଷ୍ଟ କରିଥାଏ। ଫଳରେ ପିଲାଙ୍କର ପାଠପଢାରେ ମନ ଲାଗେ ନାହିଁ ବୋଲି କୁହାଯାଏ । ଏହି ସମସ୍ୟାର ସମାଧାନ ପାଇଁ ବାସ୍ତୁରେ କେତେକ ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାକୁ ମାନିବା ଦ୍ୱାରା ପିଲାଙ୍କର ପାଠପଢାରେ ମନ ଲାଗିବା ସହ ଏକାଗ୍ରତା ବୃଦ୍ଧି ପାଇଁ ସହାୟକ ହେବ। ଜାଣନ୍ତୁ……..
ପିଲାଙ୍କୁ ତୁଳସୀର ୧୧ଟି ପତ୍ରର ରସ ସହ ମିଶ୍ରି ମିଶାଇ ଦିଅନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଯେଉଁ ବିଦ୍ୟାର୍ଥୀମାନଙ୍କ ପାଠ ମନେ ରଖିବା ପାଇଁ କଷ୍ଟକର ହେଉଛି ସେମାନେ ନିଜ ପାଖରେ କର୍ପୂର କିମ୍ବା ଫିଟିକିରି ରଖନ୍ତୁ। ଏହା ନକରାତ୍ମକ ଶକ୍ତିକୁ ଦୂର କରିଥାଏ।
ନିୟମିତ ଚନ୍ଦନର ଟିକା ଲଗାନ୍ତୁ। ଏପରି କରିବା ଦ୍ୱାରା ମନ ଶାନ୍ତ ଓ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ପିଲାମାନେ ଅଧ୍ୟୟନ କରିବା ସମୟରେ ଜୋତା , ମୌଜା ପିନ୍ଧନ୍ତୁ ନାହିଁ।
ବୁଧବାର ଦିନ ବିଦ୍ୟାର୍ଥୀମାନେ ବେସନରେ ପ୍ରସ୍ତୁତ ଲଡ଼ୁ ଭଗବାନ ଗଣେଶଙ୍କ ନିକଟରେ ଭୋଗ ଲଗାନ୍ତୁ। ଏହାଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ମିଳିଥାଏ।
ପିଲାଙ୍କ କକ୍ଷରେ ନିମପତ୍ରର ଏକ ଡ଼ାଳ ଲଗାଇ ଦିଅନ୍ତୁ। ଏହାଦ୍ୱାରା କକ୍ଷର ବାତାବରଣ ଶୁଦ୍ଧ ରହିଥାଏ ଓ ଏକାଗ୍ରତା ବୃଦ୍ଧି ପାଇଥାଏ।
ପିଲାଙ୍କ କକ୍ଷରେ ମା’ସରସ୍ୱତୀଙ୍କ ଫଟୋ ଲଗାନ୍ତୁ। ଏହାସହ ମା’ଙ୍କ ନିକଟରେ କର୍ପୂର ଓ ଘିଅ ଦୀପ ଲଗାନ୍ତୁ।
ପଢା କକ୍ଷରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ପଢିବା ସମୟରେ ପିଲାଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ହେବା ଉଚିତ।
ନିୟମିତ ଗାୟତ୍ରୀ ମନ୍ତ୍ର ପ୍ରାର୍ଥନା କରିବା ଦ୍ୱାରା ପିଲାଙ୍କ ମନ ଶାନ୍ତ ଓ ଏକାଗ୍ରତା ବୃଦ୍ଧି ପାଇଥାଏ।
ଯେଉଁଠାରେ ପିଲାମାନେ ପାଠ ପଢୁଛନ୍ତି ସେଠାରେ ସୂର୍ଯ୍ୟଙ୍କ ରଶ୍ମୀ ପଡ଼ୁଥିବା ନିତ୍ୟାନ୍ତ ଆବଶ୍ୟକ।
ପାଠ୍ୟପୁସ୍ତକରେ ଗୁରୁବାର ମୟୂରପୁଚ୍ଛ ରଖନ୍ତୁ।
ପିଲାଙ୍କ କକ୍ଷରେ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଫଟୋ ଲଗାନ୍ତୁ। ପଢା ଟେବୁଲରେ ଖାଦ୍ୟ ସାମଗ୍ରୀ ରଖନ୍ତୁ ନାହିଁ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories