ନୂଆଦିଲ୍ଲୀ : ଚିନି ରପ୍ତାନୀ ଉପରେ ସରକାର ଲାଗୁ କରିଥିବା କଟକଣା ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଭାରତରେ ବିଶ୍ୱର ସର୍ବାଧିକ ଚିନି ଉତ୍ପାଦନ ହୋଇଥାଏ । ଭାରତ ମଧ୍ୟ ବିଶ୍ୱରେ ସବୁଠୁ ଅଧିକ ଚିନି ବ୍ୟବହାର କରିଥାଏ । ଗତ ସପ୍ତାହରେ କେନ୍ଦ୍ର ସରକାର ଚିନି ରପ୍ତାନୀ ଉପରେ କଟକଣା ଲାଗୁ କରିଥିଲେ । ଦେଶରେ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ଉପଲବ୍ଧ କରାଇବା ଲକ୍ଷ୍ୟରେ ଏହି କଟକଣା ଲାଗୁ କରାଯାଇଛି ।
ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ଚଳିତ ବର୍ଷ ଭାରତ ସର୍ବାଧିକ ପରିମାଣର ଚିନି ରପ୍ତାନୀ କରିଛି । ଅକ୍ଟୋବର ଓ ନଭେମ୍ବର ମାସରେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଚିନି ଯୋଗାଣକୁ ନିଶ୍ଚିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ଅକ୍ଟୋବର ଓ ନଭେମ୍ବର ମାସରେ ପାର୍ବଣ ଋତୁ ପଡ଼ୁଥିବାରୁ ସେହି ସମୟରେ ଚିନିର ଚାହିଦା ବୃଦ୍ଧି ପାଇଥାଏ । ସେ କହିଛନ୍ତି, ଆନ୍ତର୍ଜାତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
କାର୍ଯ୍ୟକାରୀ ହେଲା ଚିନି ରପ୍ତାନୀ ଉପରେ ଲାଗୁ କଟକଣା
Popular Categories



