www.samajalive.in
Tuesday, December 9, 2025
17.1 C
Bhubaneswar

ମିଶନ ଶକ୍ତି ଗୃହ ହସ୍ତାନ୍ତର ଓ ରବି ମଣ୍ଡି ଉଦଘାଟନ

ନର୍ଲା: ତୁଳାପଡା ଶିବ ମନ୍ଦିର ନିକଟସ୍ଥ ପଡିଆରେ ବୁଧବାର ପୂର୍ବାହ୍ନରେ ନବ ନିର୍ମିତ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ ସହ ଏହାକୁ ମା’ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇଛି । ପ୍ରଥମେ ଏହାର ପୂଜାର୍ଚ୍ଚନା ପରେ ଉଦଘାଟନ କରାଯାଇଥିଲା। ଏଥିସହ ଚଳିତ ରବି ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଛି। ଏହି ଗୃହରେ ମିଶନ ଶକ୍ତିର ତାଲିମ ଓ ସଭା ଅନୁଷ୍ଠିତ ହେବ। ଏପରିକି ଏଠାରେ ମହିଳାମାନଙ୍କ ନିଜସ୍ବ ଉତ୍ପାଦନ ବିକ୍ରୟ କରିବା ସହିତ ଚାଷୀଙ୍କ ପଞ୍ଜିକରଣ ପାଇଁ ବ୍ୟବସ୍ଥା କରାଯାଇଛି।

ଏହି ଉଦଘାଟନୀ ଉତ୍ସବରେ ସିଡିପିଓ ନିବାସୀନି ବିଶ୍ବାଳ, ଡିପିସି ମିଶନଶକ୍ତି ଅମ୍ରିତ ପାଢୀ, ତୁଳାପଡା ସରପଞ୍ଚ ମଲ୍ଲୀହାର ପଧାନ, ନାଏବ ସରପଞ୍ଚ ରଞ୍ଜନ କୁମାର ନାୟକ, ବିପିସି ମିଶନଶକ୍ତି ରୋହିତ ବିଶ୍ବାଳ, ତୁଳାପଡା ସେକ୍ଟର ସୁପରଭାଇଜର୍ ଗୀତାଞ୍ଜଳୀ ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ସବିତା ସେନାପତି, ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ମୁକୁନ୍ଦ ଭୋଇଙ୍କ ସମେତ ମିଶନ ଶକ୍ତିର ସମସ୍ତ ସଦସ୍ୟା ଓ କୃଷକମାନେ ଉପସ୍ଥିତ ଥିଲେ। ମା’ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳାମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories