www.samajalive.in
Monday, December 8, 2025
27.1 C
Bhubaneswar

ଦିଗ୍‍ବିଜୟ ବିଜେପି ଏଜେଣ୍ଟ, ତାଙ୍କ ଯୋଗୁ କଂଗ୍ରେସ-ବିଏସ୍‍ପି ମେଣ୍ଟ ହେଲାନି : ମାୟାବତୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନ୍‍ଡିଏ ବିରୋଧରେ ଜାତୀୟସ୍ତରରେ ଏକ ମିଳିତ ବିରୋଧୀ ମେଣ୍ଟ ପରିକଳ୍ପନାକୁ ବୁଧବାର ବହୁଜନ ସମାଜବାଦୀ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀ ପାଣିଚିଆ କରିଦେଇଛନ୍ତି। ଏହି କ୍ରମରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଏସ୍‍ପି ଏକାକୀ ନିର୍ବାଚନ ଲଢିବ ବୋଲି ସେ ବୁଧବାର ଘୋଷଣା କରିଛନ୍ତି। ଏହି ଅବସରରେ ମାୟାବତୀ କଂଗ୍ରେସ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧି ବିଏସ୍‍ପି ସହ ମେଣ୍ଟ ଚାହୁଁଥିଲେ। କିନ୍ତୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଓ ଅନ୍ୟ କେତେଜଣ ନେତା ମେଣ୍ଟ ବିରୋଧରେ ଥିଲେ। କଂଗ୍ରେସ ଏକ ଜାତିବାଦୀ ଦଳ। କଂଗ୍ରେସ ଗୁଜରାଟ ପରାଜୟରୁ କିଛି ଶିକ୍ଷା ଲାଭ କରିନାହିଁ। କଂଗ୍ରେସ ଗର୍ବୀ ହୋଇଯାଇଛି ଓ ଏକାକୀ ବିଜେପିକୁ ହରାଇ ଦେବ ବୋଲି ଭ୍ରମରେ ରହିଛି। କିନ୍ତୁ ଲୋକେ କଂଗ୍ରେସର ତ୍ରୁଟି ଓ ଦୁର୍ନୀତିକୁ ଭୁଲି ନାହାନ୍ତି। ମାୟାବତୀ କେନ୍ଦ୍ର ସରକାରଙ୍କ ଚାପରେ ମେଣ୍ଟ କରୁନାହାନ୍ତି ବୋଲି ଦିଗବିଜୟ ମିଛ କହୁଛନ୍ତି। ବିଏସ୍‍ପି ଓ କଂଗ୍ରେସ ମେଣ୍ଟ ନହେବା ପଛରେ ଦିଗବିଜୟ ସିଂହଙ୍କ ନିଜ ସ୍ୱାର୍ଥ ରହିଛି। ଦିଗବିଜୟ ସିଂହ ବିଜେପିର ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି। ସତ୍ୟ ହେଉଛି ଯେ କଂଗ୍ରେସ ବିଏସ୍‍ପି ଓ ଏହାର ଅସ୍ତିତ୍ୱର ବିନାଶ କରିବାକୁ ଚାହୁଁଛି। ତେଣୁ ବିଏସ୍‍ପି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଏକାକୀ ନିର୍ବାଚନ ଲଢିବ। ବିଏସ୍‍ପି ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେବ। ଉଲ୍ଲେଖ ଯେ ପୂର୍ବରୁ ବିଏସ୍‍ପି ପକ୍ଷରୁ ୨୨ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇସାରିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories