www.samajalive.in
Monday, December 8, 2025
27.1 C
Bhubaneswar

ବରିଷ୍ଠ ଶିକ୍ଷକ ନେତା ତଥା ସଂଗଠକ ଅରୁଣ କୁମାର ପାତ୍ରଙ୍କ ଦେହାନ୍ତ 

ଚିକିଟି : ଅବିଭକ୍ତ ଗଞ୍ଜାମ ଜିଲ୍ଲାର ତତ୍କାଳୀନ ଜଣେ ବରିଷ୍ଠ ଶିକ୍ଷକ ନେତା, ଦୃଢ଼ ସଂଗଠକ,ସମାଜ ସେବୀ ତଥା ମାଧବନ୍ଧ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ, ଓଷ୍ଟାର ପୂର୍ବତନ ଉପ ସଭାପତି ଅରୁଣ କୁମାର ପାତ୍ରଙ୍କ ଅଦ୍ୟ ନିଜର ବାସଭବନ
ଚିକିଟି ସୁବର୍ଣ୍ଣ ପୁରଠାରେ ଦେହାନ୍ତ ହୋଇଯାଇଛି ।ସ୍ବର୍ଗତ ପାତ୍ର ଦୀର୍ଘ ଦିନ ଧରି କିଡନି ଜନିତ ସମସ୍ୟାରେ ଶଯ୍ୟାଶାୟୀ ଥିଲେ ।ଶିକ୍ଷା, ଶିକ୍ଷକ, ଶିକ୍ଷାର୍ଥୀ ଓ ଶିକ୍ଷାୟତନ ଉନ୍ନତି କଳ୍ପେ ଜଣେ ସମର୍ପିତ ଶିକ୍ଷକ ନେତା ରୂପେ ଗଂଜାମ ଜିଲ୍ଲାରେ ପରିଚିତ ଥିଲେ ।ତାଙ୍କର ବିୟୋଗରେ ଜିଲ୍ଲାର ଶିକ୍ଷକ ସମାଜରେ ଶୋକର ଛାୟା ଖେଳିଯାଇଛି ବୋଲି ଓଷ୍ଟା-ଗଂଜାମ ର ପୂର୍ବତନ ସଂପାଦକ କାମରାଜୁ ମହାରଣା ଏକ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ରାଜେନ୍ଦ୍ର କୁମାର ପଣ୍ଡା, ଶ୍ୟାମସୁନ୍ଦର ଖାଡଙ୍ଗା, ଦେବହରି ମହାନ୍ତି, ପ୍ରଦୀପ କୁମାର ସାହୁ,ଓଷ୍ଟା-ଗଂଜାମର ସଂପାଦକ ବିଜୟ କୁମାର ବେହେରାଙ୍କ ସମେତ ବିଜୟ ଚନ୍ଦ୍ର ମହାରଣା,ଭିକାରୀ ଚରଣ ଗୌଡ, କୈଳାଶ ବେହେରା, କୋରେଶ ଚନ୍ଦ୍ର ଶତପଥୀ, ରାମଚନ୍ଦ୍ର ପୋଲାଇ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories