www.samajalive.in
Monday, December 8, 2025
27.1 C
Bhubaneswar

ବନ୍ଧୁକ ମୁନରେ ଲୁଟ୍: ମୁଖାଧାରୀ ଦୁର୍ବୃତ୍ତଙ୍କ କଟୁରୀ ଚୋଟରେ ଗୋରୁ ବ୍ୟବସାୟୀ ଗୁରୁତର

ଦେବଗଡ଼଼: ଦେବଗଡ଼ ଥାନା ଅନ୍ତର୍ଗତ ସମରଖାଇ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ସୋମବାର ପୂର୍ବାହ୍ନରେ କେତେକ ମୁଖାଧାରୀ ଦୁର୍ବୃତ୍ତ ଗୋରୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବନ୍ଧୁକ ମୁନରେ ଭୟଭୀତ କରି ୧ ଲକ୍ଷ ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ କଟୁରୀ ଚୋଟରେ ଗୁରୁତର ଗୋରୁ ବ୍ୟବସାୟୀ ଜଣକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି। ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ସୁନ୍ଦରଗଡ଼ ଜିଲା କିନ୍ଦିରିକଳା ଗ୍ରାମର ସୁନ୍ଦରଲାଲ ପାତ୍ର ବଳଦ କିଣିବା ପାଇଁ ତାଙ୍କ ପୁଅ ଅଜିତ ପାତ୍ର ଓ ସହାୟକ ମକୁନ୍ଦ ବାରିକଙ୍କ ସହ ଏକ ବାଇକ ଯୋଗେ ଦେବଗଡ଼ ଥାନା ଅନ୍ତର୍ଗତ ବଳମ ସାପ୍ତାହିକ ବଜାରକୁ ଆସୁଥିଲେ। ତେବେ ସେମନାେ ସମରଖାନ ଗ୍ରାମ ନିକଟରେ ପହଞ୍ଚିବା ବେଳକୁ ୪୯ ନମ୍ବର ଜାତୀୟ ରାଜପଥରେ ଏକ ବାଇକରେ ପଛପଟୁ ଆସୁଥିବା ୩ ଜଣ ମୁଖାଧାରୀ ଅଚିହ୍ନା ଦୁର୍ବୃତ୍ତ ସେମାନଙ୍କ(ଗୋରୁ ବ୍ୟବସାୟୀଙ୍କ) ବାଇକକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ସୁନ୍ଦରଲାଲ, ପୁଅ ଅଜିତ ଓ ସହାୟକ ମୁକୁନ୍ଦ ବାରିକ ସହ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଏହାର ସୁଯୋଗରେ ଉକ୍ତ ଦୁର୍ବୃତ୍ତ ତିନି ଜଣ  ଗୋରୁ ବ୍ୟବସାୟୀ ସୁନ୍ଦରଲାଲଙ୍କୁ କଟୁରୀରେ ଆକ୍ରମଣ କରିବାସହ ବନ୍ଧୁକ ମୁନରେ ଭୟଭୀତ କରି ତାଙ୍କ ପକେଟରୁ ନଗଦ ୧ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏଥିସହ ବନ୍ଧୁକ ଦେଖାଇ ଅଜିତ ଓ ମୁକୁନ୍ଦଙ୍କୁ ସେଠାରୁ ଚାଲିଯିବାକୁ ଧମକ ଦେବାରୁ ସେମାନେ ପ୍ରାଣ ବିକଳରେ ସେଠାରୁ ଧାଇଁ ପଳାଇଥିଲେ। ଟଙ୍କା ଲୁଟିବା ପରେ ଦୁର୍ବୃତ୍ତମାନେ ଦୃତଗତିରେ ବାଇକଯୋଗେ ଦେବଗଡ଼ ଅଭିମୁଖେ ଫେରାର ହୋଇଯାଇଥିବା ଗୋରୁ ବ୍ୟବସାୟୀ ସୁନ୍ଦରଲାଲ ପ୍ରକାଶ କରିଛନ୍ତି। ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିବାସହ ତଦନ୍ତ ନିମନ୍ତେ ଗୋରୁ ବ୍ୟବସାୟୀଙ୍କ ପୁଅ ଅଜିତ ଏବଂ ସହାୟକ ମୁକୁନ୍ଦଙ୍କ ସହ ଘଟଣା ସ୍ଥଳକୁ ଯାଇଥିବା ଜଣାପଡ଼ିଛି। ଏ ଘଟଣା ଏଠାରେ ଆଲୋଡନ ସୃଷ୍ଟି କରିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories