www.samajalive.in
Tuesday, December 9, 2025
17.1 C
Bhubaneswar

ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ : ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର ବନ୍ଦ ନିର୍ଦ୍ଦେଶ ପାଇଁ ପିଟିସନ। ସ୍ୱାମୀ ଅନୁଭବ, ରାଜ୍ୟ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି। ବର୍ଷାଙ୍କ ପିଟିସନ ଉପରେ ଆଜି ଶୁଣାଣି ହୋଇପାରେ।
ସୂଚନା ଯୋଗ୍ୟ, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେବ ଅନୁଭବ ଲଗାତର ପତ୍ନୀ ବର୍ଷାଙ୍କୁ ନେଇ ଭିଡିଓ ପୋଷ୍ଟ କରୁଥିବା ଦେଖାଯାଉଥିବା ବେଳେ ଏବେ ପତ୍ନୀ ବର୍ଷା ମଧ୍ୟ ବାରମ୍ବାର ଥାନାରେ ଦ୍ୱାରସ୍ଥ ହେଉଛନ୍ତି । ମେ ୨୪ରେ କଟକର ପୁରୀଘାଟ ଥାନରେ ବର୍ଷା ସ୍ୱାମୀ ଅନୁଭବଙ୍କ ନାଁରେ ଅଭିଯୋଗ ଆଣିଥିବା ବେଳେ ୨୫ ତାରିଖରେ ପୁଣି କଟକ ସାଇବର ଥାନାରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଏତଲା ଦେଇଥିଲେ।  ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରିଥିଲେ। ବର୍ଷା । ବର୍ଷାଙ୍କ ଏତଲା ଅଧାରରେ ଆଇପିସି ଧାରା ୫୦୯ରେ ମାମଲା ରୁଜୁ ହୋବା ସହ ଅଭିଯୋଗ ଭିତ୍ତିରେ ଆଇଟି ଆକ୍ଟରେ ମାମଲା ମଧ୍ୟ ରୁଜୁ କରାଯାଇଥିବା ଜଣାପଡ଼ିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories