www.samajalive.in
Monday, December 8, 2025
27.1 C
Bhubaneswar

ସାମ୍ନାକୁ ଆସିଲା ‘ରକେଟ୍ରୀ-ଦି ନାମ୍ବି ଇଫେକ୍ଟ’ର ମୋଶନ ପୋଷ୍ଟର

ମୁମ୍ବାଇ: ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକେଟ୍ରୀ: ଦି ନାମ୍ବି ଇଫେକ୍ଟ’ର ମୋଶନ ପୋଷ୍ଟର ରିଲିଜ୍ ହୋଇଛି। ଅଭିନେତା ଆର. ମାଧବନ ନିଜେ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରିଛନ୍ତି। କ୍ୟାପ୍ସନ ପରିବର୍ତ୍ତେ ସେ ହ୍ୟାଶଟ୍ୟାଗ ସହ ଲେଖିଛନ୍ତି, ‘‘ରକେଟ୍ରୀ ଫିଲ୍ମ ମୋଶନ ପୋଷ୍ଟର-୧’’।

ସୂଚନାଯୋଗ୍ୟ ଯେ, ଏଥିରେ ଆର. ମାଧବନ ବୈଜ୍ଞାନିକ ନମ୍ବି ନାରାୟଣ ଭୂମିକାରେ ଅଭିନୟ କରିବା ସହ ଫିଲ୍ମର ନିର୍ଦେଶନା ମଧ୍ୟ ଦେଇଛନ୍ତି। ଏହି ଚଳଚ୍ଚିତ୍ର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନର ପୂର୍ବତନ ବୈଜ୍ଞାନିକ ତଥା ଏରୋସ୍ପେସ୍ ଇଞ୍ଜିନିୟର ନମ୍ବି ନାରାୟଣଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଜୁଲାଇ ୧ ତାରିଖରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।

- Advertisement -

ପ୍ରଥମ ଥର ପାଇଁ ଆର. ମାଧବନ୍ ଅଭିନୟ ସହିତ ନିର୍ଦ୍ଦେଶନା କ୍ଷେତ୍ରରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏହି ସ୍ୱପ୍ନର ପ୍ରୋଜେକ୍ଟ କରିବା ପାଇଁ ମାଧବନଙ୍କୁ ଅନେକ ସମୟ ଲାଗିଛି ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। କିନ୍ତୁ ଶେଷରେ ସେ ସଫଳତା ପାଇଲେ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ଆର. ମାଧବନ ତାଙ୍କ ରୂପ ବଦଳାଇଛନ୍ତି।


ଏଠାରେ ଉଲ୍ଲେଖଯୋଗ୍ୟ, କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ରେ ମାଧବନଙ୍କ ଫିଲ୍ମ ‘ରକେଟ୍ରୀ: ଦି ନାମ୍ବି ଇଫେକ୍ଟ’ର ୱର୍ଲ୍ଡ ପ୍ରିମିୟର କରାଯାଇଥିଲା। ବିଶ୍ବର ବିଭିନ୍ନ ସ୍ଥାନରୁ ଆସିଥିବା ସିନେପ୍ରେମୀ ଏହି ସାଇନ୍ସ ଫିକ୍ସନ ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories