ଶୁଣିଲାନି ନୃଶଂସ ବାପା; ଝିଅର ତଣ୍ଟି ଚିପି କଲା ହତ୍ୟା, ଭାଇରାଲ ହେଉଛି ଅସହାୟ ଝିଅର ଅଡିଓ
ଦରଭଙ୍ଗା: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ମୃତ ଅସହାୟ ଝିଅର ଅଡିଓ । ଅଡିଓରେ ଝିଅଟି ବାପାକୁ କାକୁତିମିନତି ହୋଇ ତାକୁ ନମାରିବାକୁ ନିବେଦନ କରୁଛି । ହେଲେ ନୃଶଂସ ବାପା ତାର କଠୋର ହୃଦୟ ଆଗରେ ଝିଅଟିକୁ ହତ୍ୟା କାରୁଛି । ଅଡିଓଟିରେ ଝିଅଟି କହୁଛି ବାପା ମୁଁ ତୁମ ଝିଅ । ମତେ ମାରନାହିଁ, ମତେ ଛାଡ଼ି ଦିଅ । ମୁଁ ତୁମକୁ ହାତ ଯୋଡୁଛି । ଆହ୍ଲାଙ୍କ ରାଣ ଖାଇଛି ମତେ ଛାଡ଼ିଦିଅ । ହେଲେ ତାର ବାପା ତାକୁ ପରେ ନୃଶଂସ ଭାବେ ତଣ୍ଟି ଚିପି ହତ୍ୟା କରିଛି । ହତ୍ୟା କରିବା ପରେ ଝିଅର ମୃତଦେହକୁ ଗାଁ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗିଦେଇଥିଲା ଅଭିଯୁକ୍ତ ବାପା ।
ଏପରି ଏକ ଘଟଣା ବିହାରର ବାରଦାତ୍ ମୋରୋ ଥାନା ଅଧିନ ରତନପୁର ଗାଁରେ ଘଟିଥିବା ବେଳେ ଝିଅର କୋହଭାରା କଣ୍ଠର ଅଡିଓ ଭାଇରାଲ ହେବାର ଲାଗିଛି । ସୂଚନା ମୁତାବକ ୨୦ ବର୍ଷର ଯୁବତୀ ଆଫ୍ରିନ୍ ତାଙ୍କ ବାପାଙ୍କ ବୟସର ଜଣେ ବ୍ୟକ୍ତିଙ୍କ ସହ ଲାଗିଥିବା ବିବାହ ପ୍ରସ୍ତାବକୁ ମନା କରିଦେଇଥିଲେ । ଜଣେ ଯୁବକଙ୍କୁ ମଧ୍ୟ ପ୍ରେମ କରୁଥିଲେ । ତାହାସହ ସେ ଅଧିକ ପଢ଼ିବାକୁ ଚାହୁଁଥିଲେ ଏବଂ ସେଥିପାଇଁ ନାମ ଲେଖାଇଥିଲେ । ହେଲେ ଏହି ଘଟଣାକୁ କେନ୍ଦ୍ର କରି ଆଫ୍ରିନଙ୍କ ବାପା ଆଫ୍ରନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା କରିବା ସମୟରେ ଆଫ୍ରିନଙ୍କ ପୁରୁଷ ବନ୍ଧୁ ଫେନ୍ କରି ହତ୍ୟା ସମୟର ସମସ୍ତ ଅଡିଓ ରୋକର୍ଡ କରିଥିବା ଜଣାପଡ଼ିବା ପରେ ଘଟଣା ଉପରୁ ନରଦା ହଟିଛି । ପରେ ଅଫ୍ରିନଙ୍କ ମା’ ଓ ପୂରା ପରିବାର ତାଙ୍କ ବାପାଙ୍କୁ ଗିରଫ କରିବା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଗତ ଏପ୍ରିଲ ୧୫ ତାରିଖରେ ଘଟିଥିବା ଜଣାପଡ଼ିଛି । ହତ୍ୟା ସମୟରେ ଆଫ୍ରନ୍ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଥା ହେଉଥିଲେ । ସେହି ସମୟରେ ଆଫ୍ରିନଙ୍କ ବାପା ତାଙ୍କୁ ମାଡ଼ ମାରିବା ବେଳେ ଆଫ୍ରନଙ୍କ ପୁରୁଷ ବନ୍ଧୁ କଲ୍ ରେକର୍ଡିଂ ଆରମ୍ଭ କରିଥିଲେ । ଯାହାଦ୍ୱାରା ଏହି ହତ୍ୟା ଘଟଣା ଉପରୁ ପରଦା ହଟିଛି । ପୁଲିସ ଅଭିଯୁକ୍ତ ବାପାକୁ ଗିରିଫ କରିବା ସହ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।
Comments are closed.