www.samajalive.in
Monday, December 8, 2025
27.1 C
Bhubaneswar

ମନରେଗା ଯୋଜନାରେ ଜବ୍‍ କାର୍ଡଧାରୀଙ୍କୁ କାମ

ବାଙ୍କୀ: ଡମପଡ଼ା ବ୍ଲକ ଅଧିନ ଶିମିଳିପୁର ଗ୍ରାମପଞ୍ଚାୟତରେ ଶ୍ରମ ହରାଇ ଘରେ ବସିଥିବା ଜବ୍‍ କାର୍ଡଧାରୀ ଶ୍ରମିକମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯାଇଛି। ମଙ୍ଗଳବାର ଶିମିଳିପୁର ଗ୍ରାମଠାରୁ ବିଲିପଡ଼ା ରାସ୍ତା ପାର୍ଶ୍ବ ପାଣିନାଳ ଖନନ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ସରପଞ୍ଚ ସୁକାନ୍ତ ବେହେରା ଓ ସମିତିସଭ୍ୟ ଝୁନୁ ନାୟକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଜବ୍‍କାର୍ଡ ଧାରୀମାନଙ୍କ ଦ୍ୱାରା ସଞ୍ଚାଳିତ ମାଟିକାମକୁ ଶୁଭାରମ୍ଭ କରିଛନ୍ତି। କନିଷ୍ଠ ଯନ୍ତ୍ରୀ ସରିତା ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଗ୍ରାମ ରୋଜଗାର ସାଥୀ କେଦାରସନ ବିଶ୍ୱାଳଙ୍କ ପରିଚାଳନାରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଆଜି ମାଟି କାମରେ ୮୫ରୁ ଅଧିକ ଜବ୍‍କାର୍ଡ ଧାରୀ ପୁରୁଷ ଓ ମହିଳା ମାଟିକାମ କରୁଥିବା ବେଳେ ପ୍ରାୟ ୧୮୦୨ଶ୍ରମ ଦିବସ ସୃଷ୍ଟି କରାଯାଇ ଯୋଜନାରେ ପ୍ରାୟ ୪ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଏହି ନାଳଟି ଖନନ ହେବା ଦ୍ୱାରା ଗ୍ରାମରୁ ବହି ଯାଉଥିବା ବର୍ଯ୍ୟଜଳ ଓ ବର୍ଷା ଜଳ ସହଜରେ ନିଷ୍କାସନ ହୋଇପାରିବ। ଶ୍ରମିକଙ୍କୁ କାମ ନଥିବା ସମୟରେ ପଞ୍ଚାୟତରେ ମନରେଗା ଯୋଜନାରେ କାମ ମିଳିଥିବାରୁ ଜବକାର୍ଡ ଧାରୀମାନେ ଖୁସି ପ୍ରକାଶ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories