www.samajalive.in
Monday, December 8, 2025
27.1 C
Bhubaneswar

ଖାଦ୍ୟ ଖାଇବା ସମୟରେ କରୁଛନ୍ତି କି ଏହି ଭୁଲ୍‍

ଉତ୍ତମ ଖାଦ୍ୟ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବେଶ ଆବଶ୍ୟକ। ଆମେ ଯାହା ଖାଇଥାଉ,ତାହାର ପ୍ରଭାବ ଶରୀର ଓ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ। ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକୀୟ ଖାଦ୍ୟ ଖାଇବା ଉଚିତ। ତେଣୁ ସଠିକ ଖାଦ୍ୟ ସହ ଆବଶ୍ୟକୀୟ ପରିମାଣରେ ପାଣି ପିଇବା ଉଚିତ। ଜାଣନ୍ତୁ…..
ଜଳଖିଆ,ଦିନ ସମୟର ଭୋଜନ ଓ ରାତ୍ରୀ ଭୋଜନରେ ସର୍ବଦା ଏପରି ଖାଦ୍ୟପଦାର୍ଥ ସାମିଲ କରିବା ଆବଶ୍ୟକ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ। ଅଧିକାଂଶ ଦେଖାଯାଏ ସଭିଏଁ ପ୍ରତିଦିନ ସକାଳ ସମୟରେ ଜଳଖିଆ ଖାଇଥାଆନ୍ତି ମାତ୍ର ଖରାବେଳେ ବାହାରର ଛଣାଛଣି ଖାଦ୍ୟ ଖାଇଥାଆନ୍ତି। ଯାହା ପେଟ ପାଇଁ ବିରାଟ ସମସ୍ୟା ସୃଷ୍ଟି କରିଥାଏ। ଜାଣନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖରାବେଳେ ଭୋଜନ ସମୟରେ କେଉଁ ଖାଦ୍ୟ ଖାଇବେ ନାହିଁ……
ଖରାବେଳର ଖାଦ୍ୟରେ ଛଣାଛଣି ଖାଦ୍ୟ ଯେପରି ପକୁଡି,ସିଙ୍ଗଡା ଆଦି ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ। ଏହି ସମସ୍ତ ଖାଦ୍ୟ ଦ୍ୱାରା ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହି ଖାଦ୍ୟ ବଦଳରେ ଅନ୍ୟ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।
ଖରାବେଳେ ଅନେକ ଲୋକେ ବଜାରରେ ବିକ୍ରି ହେଉଥିବା ପରଟା,ଚାଓମିନ୍‍,ପାସ୍ତା, ବର୍ଗର, ଆଦି ଖାଇ ଥାଆନ୍ତି। ମାତ୍ର ଏହି ସମସ୍ତ ଖାଦ୍ୟରେ ଫାଇବର ନଥାଏ। ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ବଦହଜମି ସମସ୍ୟା ହୋଇଥାଏ। ତେଣୁ ଏହି ସବୁ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ।
ସ୍ୟାଣ୍ଡୱିଚ୍‍ – ଏହା ସ୍ୱାସ୍ଥ୍ୟକର ହେଲେ ମଧ୍ୟ ଖରାବେଳେ ଏହାର ସେବନ କରିବା ଉଚିତ ନୁହେଁ। ଏହାକୁ ପ୍ରସ୍ତୁତ କରିବା ପାଇଁ ଟମାଟୋ,କୋବି ଆଦି ବ୍ୟବହାର ହେଉଥିଲେ ମଧ୍ୟ ଖରାବେଳେ ଏହାକୁ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇଥାଏ।
ପେଟିସ୍‍ – କିଛି ଲୋକେ ଖରାବେଳେ ଭୋକ ଲାଗିଲେ ରାସ୍ତା କଡରେ ହେଉ ଅଥବା ଦୋକାନରୁ ବିଭିନ୍ନ ପ୍ରକାର ପେଟିସ୍‍ ଖାଇଥାଆନ୍ତି। ଅନେକ ପେଟିସ୍‍ ବାସି ମଧ୍ୟ ଥାଏ। ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ନ ହେବା ସହ ପେଟ ଖରାପ ହୋଇଥାଏ। ତେଣୁ ଖରାବେଳେ ଏହି ଖାଦ୍ୟ ଖାଆନ୍ତୁ ନାହିଁ।
ଅନେକ ଲୋକେ ଖରାବେଳର ଖାଦ୍ୟରେ ଖାଲି ପେଟରେ ବିଭିନ୍ନ ପ୍ରକାର ଜୁସ୍‍ ମଧ୍ୟ ପିଇଥାଆନ୍ତି। ଏହାଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ୍‍ ହୋଇଥାଏ। ଏଥିରେ ବରଫ ପକାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories