www.samajalive.in
Tuesday, December 9, 2025
16.1 C
Bhubaneswar

ବାଘୁଣୀଙ୍କୁ ଧରିବ ପରଫ୍ୟୁମ୍‍

ନାଗପୁର: ବାଘୁଣୀଙ୍କୁ ଧରିବ ପରଫ୍ୟୁମ୍‍। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଗବେଷକମାନେ ଏହି ରହସ୍ୟ ସାମ୍‍ନାକୁ ଆଣିଛନ୍ତି। ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ କାଲଭିନ୍‍ କ୍ଲେନ୍‍ ନାମକ ଏହି ପରଫ୍ୟୁମ୍‍ର ସୁଗନ୍ଧ ପ୍ରତି ବାଘୁଣୀ ଓ ଅନ୍ୟ ବନ୍ୟପ୍ରାଣୀମାନେ ଆକୃଷ୍ଟ ହୋଇ ଚାଲି ଆସୁଥିବା ଦେଖାଯାଇଛି। ତେଣୁ କାଲ୍‍ଭିନ୍‍ କ୍ଲେନ୍‍କୁ ବ୍ୟବହାର କରି ସହଜରେ ବାଘୁଣୀକୁ ଯନ୍ତାରେ ବନ୍ଦୀ କରାଯାଇପାରିବ ବୋଲି ବନ୍ୟ ପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି। ଆମେରିକାର ବନ୍ୟପ୍ରାଣୀ ବିଭାଗ ଦ୍ୱାରା ଏହି ପଦ୍ଧତି ବହୁଳ ଭାବେ ବ୍ୟବହୃତ ହୋଇ ଆସୁଛି। ଭାରତର କେତେକାଞ୍ଚଳରେ ମଧ୍ୟ ଏହାର ପରୀକ୍ଷଣ ସଫଳ ହୋଇଛି। ୧୨୦ ମିଲିଲି ବିଶିଷ୍ଟ ବୋତଲର ମୂଲ୍ୟ ୩,୫୦୦ ଟଙ୍କାରୁ ୪,୫୦୦ ଟଙ୍କା ପଡ଼ୁଛି।
ଉଗାଣ୍ଡାର କିବେଲ୍‍ ନ୍ୟାଶ୍‍ନାଲ୍‍ ପାର୍କରେ ଏହି ପରଫ୍ୟୁମ୍‍ ପ୍ରତି ଆକର୍ଷିତ ହୋଇ ବାଘୁଣୀ ଚାଲି ଆସୁଥିବା ସିସିଟିଭି ଫୁଟେଜ୍‍ରୁ ଦେଖାଯାଇଛି। ଦୁଇ ବର୍ଷ ପୂର୍ବେ ବନ୍ୟପ୍ରାଣୀ ବିଶେଷଜ୍ଞ ଡ. ଏଚ୍‍ ଏସ୍‍ ପ୍ରୟାଗ କର୍ଣ୍ଣାଟକ ମାଣ୍ଡ୍ୟା ଜଙ୍ଗଲ ଓ ତାମିଲନଡ଼ୁରେ ଏହାର ସଫଳ ପରୀକ୍ଷଣ କରିଥିଲେ। ତେଲେଙ୍ଗାନାର କେତେକ ଅଞ୍ଚଳରେ ମଧ୍ୟର ଏହାର ସୁଫଳ ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories