www.samajalive.in
Thursday, December 11, 2025
27.1 C
Bhubaneswar

‘ମହୋତ୍ସବ ମାଟିର ଗୌରବମୟ ଇତିହାସ ଓ ସଂସ୍କୃତିକୁ ମନେପକାଇବାର ମୂହୁର୍ତ୍ତ’

ବଡ଼ମ୍ବା :  ମହୋତ୍ସବ ସଂପୃକ୍ତ ମାଟିର ଗୌରବମୟ ଇତିହାସ ଓ ସଂସ୍କୃତିକୁ ମନେପକାଇବାର ଏକ ମୂହୁର୍ତ୍ତ ବୋଲି ଶତାଦ୍ଦି ପୁରୁଣା ବଡ଼ମ୍ବା ଭଉଁରି ଯାତ୍ରାର ପୃଷ୍ଠଭୂମିକୁ ଆଧାରକରି ଆୟୋଜିତ ଏକାଦଶ ଚନ୍ଦନ ମହୋତ୍ସବ ଉଦଘାଟନ ଅବସରରେ ଅତିଥିମାନେ ମତପୋଷଣ କରିଛନ୍ତି । ବଡ଼ମ୍ବା ଟେନିସ ପଡ଼ିଆସ୍ଥିତ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ନାଟ୍ୟ ମଣ୍ଡପରେ ଅନୁଷ୍ଠିତ ହେଉଥିବା ଏହି ପାଞ୍ଚଦିନିଆ ମହୋତ୍ସବ ଗୁରୁବାର ସଂଧ୍ୟାରେ ଉଦ୍ଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ,ମୁଖ୍ୟ ପୁରୋଧା ଭାବେ ବିଧାୟକ ଦେବୀପ୍ରସାଦ ମିଶ୍ର, ବିଶିଷ୍ଟ ଅତିଥି ଭାବେ ବଡ଼ମ୍ବାଗଡ଼ ରାଜାସାହେବ ତିବିକ୍ରମଚନ୍ଦ୍ର ଦେବ ବୀରବର ମଙ୍ଗରାଜ ମହାପାତ୍ର , ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭ ଉଦ୍ଘାଟନ କରିଥିଲେ। ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ତହସିଲଦାର ତପନକୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏବଂ କାର୍ଯ୍ୟକାରୀ ସଭାପତି ଜ୍ଞାନରଞ୍ଜନ ପରିଡ଼ାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଲକ ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା,ସ୍ଥାନୀୟ ଜିଲାପରିଷଦ ସଦସ୍ୟା ଜୟଶ୍ରୀ ବରାଳ,ସମିତିସଭ୍ୟା ଗୋଲାପ ସାହୁ, ଜିଲାପରିଷଦ ସଦସ୍ୟ ରବିନ୍ଦ୍ରକୁମାର ସାହୁ, ରାଜ ପରିବାର ସଦସ୍ୟ କୁମାର ତ୍ରିଭୁବନଚନ୍ଦ୍ର ଦେବ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଶିକ୍ଷକ ଶିବପ୍ରସାଦ ବ୍ରହ୍ମା ଏବଂ ରମେଶଚନ୍ଦ୍ର ବେହେରା ସଭାକୁ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ପୂର୍ବକ ସହଯୋଗ କରିଥିଲେ। ରାଜ୍ୟ ସଂସ୍କୃତି ବିଭାଗ ଏବଂ ଜିଲାପ୍ରଶାସନ ସହଯୋଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପଲ୍ଲୀ ମେଳା ଉତ୍ସବରେ ପ୍ରଦର୍ଶିତ ହେଉଛି। ଉଦଘାଟନ ସଂଧ୍ୟାରେ ନରସିଂପୁରର ନୂପୁର ଏବଂ ବଡ଼ମ୍ବାର କଳାତୀର୍ଥ ଅନୁଷ୍ଠାନର କଳାକାରମାନେ ସ୍ୱାଗତ ନୃତ୍ୟ କରିଥିଲେ । ସେହିଭଳି ଗଞ୍ଜାମର ଯୋଡ଼ି ଶଂଖ ସାଙ୍ଗକୁ କଳାହାଣ୍ଡିର ଘୁମୁରା ନୃତ୍ୟ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ଶେଷରେ କଟକର ଶ୍ୟାମକୁମାର ଓ ସାଥୀ ମଧ୍ୟରାତ୍ର ପର୍ଯ୍ୟନ୍ତ ମେଲୋଡ଼ି ପ୍ରଦର୍ଶନ କରିଥିଲେ।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories