www.samajalive.in
Thursday, December 11, 2025
27.1 C
Bhubaneswar

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ; ୟାସିନ ମଲିକ ଦୋଷୀ

ନୂଆଦିଲ୍ଲୀ : ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଣ ମାମଲାରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଗୁରୁବାର ସ୍ବତନ୍ତ୍ର ଏନଆଇଏ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ୟାସିନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ଅନୁଯାୟୀ ମାମଲା ରୁଜୁ କରାଯାଇଥିବାବେଳେ ସମସ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ମେ ୨୫ ତାରିଖରେ ଦୋଷୀ ଉପରେ ଦଣ୍ଡ ବିଧାନ କରାଯିବ। ଲସ୍କର-ଇ-ତୋଇବା, ହିଜବୁଲ୍ ମୁଜାହିଦ୍ଦିନ, ଜେକେଏଲ୍‌ଏଫ ଓ ଜୈସ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣରେ ୟାସିନ ସହଯୋଗ କରିଥିଲେ। ୟାସିନଙ୍କ ବିରୋଧରେ ୟୁଏପିଏର ଧାରା ୧୬ (ଆତଙ୍କବାଦୀ କାର୍ଯ୍ୟ), ଧାରା ୧୭ (ଆତଙ୍କବାଦୀ କାର୍ଯ୍ୟ ଲାଗି ଅର୍ଥ ସଂଗ୍ରହ), ଧାରା ୧୮ (ଆତଙ୍କବାଦୀ କାର୍ଯ୍ୟ ଲାଗି ଷଡଯନ୍ତ୍ର) ଓ ଧାରା ୨୦ (ଆତଙ୍କବାଦୀ ସଂଗଠନର ସଦସ୍ୟ) ଓ ଆଇପିସିର ଧରା ୧୨୪-ଏ (ଦେଶଦ୍ରୋହ) ମାମଲା ରୁଜୁ କରାଯାଇଥିଲା। ୟାସିନ ମଲିକ ଏନଆଇଏ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ବାୟୁସେନାର ସହିଦ ସ୍କ୍ବାର୍ଡନ ଲିଡର ରବି ଖାନ୍ନାଙ୍କ ପତ୍ନୀ ନିର୍ମଳା ଖାନ୍ନା। ନିର୍ମଳା କହିଛନ୍ତି ଯେ ୟାସିନ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ସେ କହିଛନ୍ତି ଯେ ୟାସିନକୁ ଦିନେ ଫାଶୀ ମିଳିବ। ୧୯୯୦ ଦଶକରେ କାଶ୍ମୀରରେ ରବି ଖାନ୍ନାଙ୍କ ସମେତ ୪ଜଣ ବାୟୁସେନା ଅଧିକାରୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଏହାର ମୁଖ୍ୟ ସୂତ୍ରଧର ଥିଲେ ୟାସିନ। ରବି ଖାନ୍ନାଙ୍କ ଶରୀରରେ ୨୭ଟି ଗୁଳି ବାଜିଥିଲା।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories