www.samajalive.in
Tuesday, December 9, 2025
16.1 C
Bhubaneswar

ଚୋରା ବନ୍ଧୁକ ଓ ୨ ଜୀବନ୍ତ ଗୁଳି ଜବତ, ଜଣେ ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ୍ ଚୋରା ବନ୍ଧୁକ ବିକ୍ରି କରୁଥିବା ଜଣେ କୁଖ୍ୟାତ ଅପରାଧୀକୁ ଗିରଫ କରିଛି । ତା ନିକଟରୁ ଗୋଟିଏ ବିଦେଶୀ ୯ ଏମ୍ଏମ୍ ପିସ୍ତଲ ଓ ୨ଟି ଜୀବନ୍ତ ଗୁଳି ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କଟକ ଖାନ୍ ନଗର ଗୁରୁ ସାହିର ଲୋକେନ୍ ଗୁରୁ (୨୩) । ପୁଲିସ୍ ସୂଚନା ଅନୁଯାୟୀ ଚୌଦ୍ୱାର ଥାନା ଏସ୍ଆଇ ଦିଲ୍ଲିପ କୁମାର ମର୍ଦ୍ଦରାଜ ଭୁୟାଁ ଗୁରୁବାର ପୁଲିସ୍ ଟିମ୍ ସହିତ ବିରୂପା ନଦୀ କୂଳ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଚୌଦ୍ୱାର-ବନିକା ନଦୀକୁଳ ରାସ୍ତାରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖି ତାକୁ ପଚରା ଉଚରା କରିଥିଲେ । ତାକୁ ତଲାସି କରି ତା ନିକଟରୁ ଏକ ଆମେରିକା ପ୍ରସ୍ତୁତ ୯ ଏମ୍ ଏମ୍ ଓ ୯ ବୋରର ଏକ ବିଦେଶୀ ପିସ୍ତଲ ଓ ଉକ୍ତ ପିସ୍ତଲର ଦୁଇଟି ଜୀବନ୍ତ ଗୁଳି ଜବତ କରିଥିଲେ । ତାକୁ ଅଧିକ ପଚରା ଉଚରା କରିବାରେ ସେ ଉକ୍ତ ବନ୍ଧୁକ ବିକ୍ରି ପାଇଁ ଆଣିଥିବା ସ୍ବୀକାର କରିବା ସହିତ ସେ ପୂର୍ବରୁ ଚୋରା ବନ୍ଧୁକ କାରବାରରେ ମଧ୍ୟ ଲିପ୍ତଥିବା  କହିଛି । ତା’ ନାମରେ ବାଦାମବାଡ଼ି, ପୁରୀଘାଟ, ମଧୁପାଟଣା, ଓଲଟପୁର, ଜଗତପୁର ଆଦି ଥାନାରେ ୯ଟିରୁ ଅଧିକ ଅପରାଧିକ ମାମଲା ଥିବା ପୁଲିସ୍ ସୂଚନା ଦେଇଛି । ଅଭିଯୁକ୍ତ ଲୋକେନକୁ କୋର୍ଟ ଚାଲାଣ କରାଯାଇଛି । ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ମାନସ କୁମାର ମହାରଣା ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରୀ ରଖିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories