www.samajalive.in
Monday, December 8, 2025
27.1 C
Bhubaneswar

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ; ତିନି ଯାତ୍ରୀ ମୃତ,୪୦ ଆହତ

ଉନ୍ନାଓ :ଆଗ୍ରା- ଲଖନଉ ଏକ୍ସପ୍ରେସୱେରେ ପୁଣି ଥରେ ଦ୍ରୁତ ଗତି କାରଣରୁ ଏକ ସଡକ ଦୁର୍ଘଟଣା ଘଟିଛି। ବାଙ୍ଗରମଉ କୋତବାଲୀ କ୍ଷେତ୍ର ଅନ୍ତର୍ଗତ ସିରଧରପୁର ଗାଁ ନିକଟରେ ଏକ୍ସପ୍ରେସୱେରେ ଚାଳକର ଆଖି ଲାଗିଯିବାରୁ ଏକ ଯାତ୍ରୀବାହୀ ବସ୍‍ ଡିଭାଇଡର ସହ ଧକ୍କା ଦେଇ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସଭିଁଙ୍କୁ ଉଦ୍ଧାର କରାଯାଇ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହ ଏଥିରେ ୨ ଜଣଙ୍କ ଘଟଣା ସ୍ଥଳରେ ଓ ଅନ୍ୟ ଜଣଙ୍କ ଚିିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଉକ୍ତ ବସଟି ରାଜସ୍ଥାନ ଜୟପୁରରୁ ଦରଭଙ୍ଗା ଯାଉଥିଲା। ସେହି ସମୟରେ ଚାଳକର ଆଖି ଲାଗିଯିବାରୁ ବସଟି ଡିଭାଇଡର ପିଟି ହୋଇ ଓଲଟି ପଡିଥିଲା। ଘଟଣା ପରେ ଜୋରରେ ଚିତ୍କାର ଶୁଣାଯାଇଥିଲା। ପ୍ରଥମେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାରକାରୀ ଦଳ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉଠାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories