www.samajalive.in
Tuesday, December 9, 2025
16.1 C
Bhubaneswar

ବୁର୍ଲା ଭିସୁଟ ଛାତ୍ରାବାସରେ ଛାତ୍ରଙ୍କ ଉନ୍ମତ୍ତ କାଣ୍ଡ; ଭଙ୍ଗାରୁଜା ସହ ସୁରକ୍ଷାକର୍ମୀଙ୍କୁ ମାଡ଼ ଅଭିଯୋଗ

ବୁର୍ଲା: ବୁର୍ଲା ଭିସୁଟର ପୁଲହ ଛାତ୍ରାବାସରେ ଗତକାଲି ଅନ୍ତେବାସୀ ଛାତ୍ରଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଏପରିକି କିଛି ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ କିଛି ଛାତ୍ର ମିଶି ତାଙ୍କୁ ବାରଣ କରୁଥିବା ସୁରକ୍ଷାକର୍ମୀଙ୍କୁ  ଆକ୍ରମଣ କରିଥିବା ପରି ଏକ ଅଭାବନୀୟ ଘଟଣା ଘଟିଛି। ଏହାକୁ ନେଇ ଛାତ୍ରାବାସର ୱାର୍ଡେ଼ନ ଏବଂ ସହକାରୀ ୱାର୍ଡେ଼ନଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ ୧୫ ହଜାର ଟଙ୍କାର ଆର୍ଥିକ ଦଣ୍ଡ ଅଭିଷେକ ସିଂ ନାମକ ଛାତ୍ରଙ୍କ ଉପରେ ପଦକ୍ଷେପ ନିଆଯାଇଛି। ସେପଟେ ନଷ୍ଟ ହୋଇଥିବା କେତେକ ନିର୍ମାଣ ସାମଗ୍ରୀମାନଙ୍କ ମୂଲ୍ୟ ଆକଳନ କରିବା ପାଇଁ ସିଭିଲ ବିଭାଗକୁ ଅନୁରୋଧ କରାଯାଇଛି। ତେବେ ଏହି ସମସ୍ତ କ୍ଷତିକୁ ଅସୁଲ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସୂଚନା ଥାଉକି, ପୁଲହ ଛାତ୍ରାବାସର ପ୍ରାୟ ସମୁଦାୟ ୮ ଜଣ ଛାତ୍ର ଏହି ଉନ୍ମତ୍ତ କାଣ୍ଡ ଘଟାଇଥିବା ବେଳେ ଏହାକୁ ସୁରକ୍ଷାକର୍ମୀ ଜଣକ ପ୍ରତିହତ କରିଥିଲେ। ଏହାକୁ ନେଇ ବଚସା ପରେ ଉକ୍ତ ସୁରକ୍ଷା କର୍ମୀଙ୍କୁ ଛାତ୍ର ଆକ୍ରମଣ କରିବା ସହିତ କିଛି ଜିନିଷ ପତ୍ର ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଭିସୁଟରେ ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories