www.samajalive.in
Monday, December 8, 2025
20.1 C
Bhubaneswar

ମହାରଥୀଙ୍କୁ ବହିଷ୍କାର ଦାବି ପ୍ରସଙ୍ଗ : ନବୀନ ନିବାସ ଘେରାଉ କରାଯିବ:ପ୍ରଭାତୀ

ଭୁବନେଶ୍ୱର : କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅପମାନସୂଚକ ମନ୍ତବ୍ୟ ପାଇଁ ବିଜେପି ମହିଳା ମୋର୍ଚ୍ଚା ଏବେ ନିର୍ଣ୍ଣାୟକ ଯୁଦ୍ଧକୁ ଓହ୍ଲାଇଛି। ଆସନ୍ତାକାଲି ଶ୍ରୀ ମହାରଥୀଙ୍କୁ ଦଳରୁ ବହିଷ୍କାର ଦାବି ନେଇ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛି। ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ନାରୀ ଜାତିର ସ୍ୱାଭିମାନକୁ ବ୍ୟଥିତ କରିବା ଭଳି ବକ୍ତବ୍ୟ ମନ୍ତ୍ରୀ ଦେବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଚୁପ୍‍ ହୋଇ ବସିଛନ୍ତି। ‘ଜଣେ ମହିଳା ପିଛା ଦୁଇ ଜଣ ସ୍ୱାମୀ’ ପରି ଅଶାଳୀନ ଓ ଅସୌଜନ୍ୟ ବକ୍ତବ୍ୟ ମାମଲାରେ ଓଡ଼ିଶାର ମହିଳା ସମାଜ ମର୍ମାହତ ଓ ଅପମାନିତ ହୋଇଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମା’କୁ ସମ୍ମାନର ନାରା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦୌ ପ୍ରତିବଦ୍ଧତା ନାହିଁ। ମହିଳା ସମ୍ମାନହାନୀ କରୁଥିବା ଜଣେ ମନ୍ତ୍ରୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଅଭୟବର ମୁଦ୍ରାରେ ଥିବାବେଳେ ମହିଳାମାନେ ସମ୍ମାନପାଇଁ ରାଜରାସ୍ତାକୁ ଆସିବେ। ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିବା ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଦିନ ଅହିଂସାତ୍ମକ ଭାବେ ଯାଉଥିବା ମହିଳା ମୋର୍ଚ୍ଚାର ପ୍ରତିନିଧିମାନଙ୍କୁ ଭେଟି ନାରୀ ଜାତରି ସମସ୍ୟା ଉପରେ ଆଲୋଚନା କରିବେ ବୋଲି ଶ୍ରୀମତୀ ପରିଡା ଦୃଢ ଆଶାବ୍ୟକ୍ତ କରିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଜିଦ୍‍ରେ ଅଟଳ ରହି ଜଣେ ମହିଳା ବିରୋଧୀମନ୍ତ୍ରୀଙ୍କୁ ପୁଣି ସୁରକ୍ଷା ଦିଅନ୍ତି ତାହାହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଶ୍ରୀମତୀ ପରିଡ଼ା ଚେତାବନୀ ଦେଇଛନ୍ତି। ସମ୍ମିିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଜେପି ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ ଏବଂ ରାଜ୍ୟସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories