www.samajalive.in
Tuesday, December 9, 2025
17.1 C
Bhubaneswar

କାରାଗାରରୁ ଜାମିନ; ଜରାଶ୍ରମରେ ଥଇଥାନ

ବଲାଙ୍ଗିର: ବଧୂ ହତ୍ୟା ମାମଲାରେ ପୁଲିସ ବୃଦ୍ଧ ଦମ୍ପତ୍ତି(ଶାଶୁ ଓ ଶ୍ୱଶୁର)ଙ୍କୁ ଗିରଫ କରିଥିଲା। ଜେଲରେ ରହିଥିଲେ। ବୟସାଧିକ କାରଣରୁ ସେମାନଙ୍କୁ କୋର୍ଟ ଜାମିନ୍‍ ଦେଇଥିଲେ। କିନ୍ତୁ ପରିବାରରୁ କେହି ନେବାକୁ ଆସିଲେ ନାହିଁ। ଜାମିନଦାର୍‍ ମିଳିଲେନି। ଜାମିନ୍‍ ପରେ ବି ଅସହାୟ ହୋଇ ଜେଲରେ ପଡ଼ିରହିଲେ। ଏ ସଂପର୍କରେ ଜାଣିବା ପରେ ଏକ ଟ୍ରଷ୍ଟର ସଦସ୍ୟ/ସଦସ୍ୟାମାନେ ବୃଦ୍ଧ ଦମ୍ପତ୍ତିଙ୍କୁ ଜାମିନରେ ଆଣିଥିଲେ। ପରିବାର ଲୋକେ ପଚାରୁ ନଥିବାରୁ ସେମାନଙ୍କୁ ଜରାଶ୍ରମରେ ଥଇଥାନ କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜେଲରୁ।

ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବରପଦର ଗାଁ। ଏହି ଗାଁର ଅଧିବାସୀ ଦେବାଧି ସାହୁ(୯୨) ଓ ପତ୍ନୀ ମିଥିଳା ସାହୁ (୮୦)। ୨୦୧୫ ମସିହାରେ ବୋହୂକୁ ୨ଜଣ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ତେବେ ସେମାନେ ଫେରାର ଥିଲେ। ପ୍ରାୟ ବର୍ଷେ ତଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ଗିରଫ କରି କୋର୍ଟକୁ ପଠାଇଥିଲା ପୁଲିସ। ଜାମିନ ନାମଞ୍ଜୁର ହୋଇଥିଲା। ବଲାଙ୍ଗିର ଜେଲକୁ ପଠାଇ ଦିଆଯାଇଥିଲା। ତେବେ ବୃଦ୍ଧ ଦେବାଧି ଚାଲି ପାରୁ ନଥିବା ବେଳେ ବହୁତ ହଇରାଣ ହେଉଥିଲେ। ଉଭୟ ସ୍ୱାମୀ-ସ୍ତ୍ରୀ ବୟସର ଅପରାହ୍ନରେ ପହଞ୍ଚିଥିବାରୁ ତାଙ୍କୁ ମାନ୍ୟବର ନ୍ୟାୟାଧିଶ ଜାମିନ୍‍ ଦେଇଥିଲେ। ଗତ କିଛି ମାସ ହେଲା ସେମାନେ ଜାମିନ ପାଇଥିଲେ ମଧ୍ୟ ତାଙ୍କୁ ନେବା ପାଇଁ କେହି ଆସି ନଥିଲେ। ପରିବାର ଲୋକେ ଦୂରେଇ ରହିଥିଲେ। ଏ ସଂପର୍କରେ ସରକାରଙ୍କ ପକ୍ଷରୁ ଓକିଲ ଏସ୍‍.ଲତାଶ୍ରୀଙ୍କୁ ବୃଦ୍ଧ ଦମ୍ପତ୍ତିଙ୍କ ମାମଲା ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଜାମିନ୍‍ ପାଇଥିଲେ ବି ଜାମିନଦାର ନଥିବାରୁ ଲତାଶ୍ରୀଙ୍କ ଉଦ୍ୟମରେ ମା’ ଶକ୍ତି ଟ୍ରଷ୍ଟ ପକ୍ଷରୁ ଜାମିନଦାର ଯୋଗାଡ କରାଯାଇଥିଲା। ଉଭୟଙ୍କୁ ସୋମବାର ବଲାଙ୍ଗିର କାରାଗାରରୁ ଜାମିନରେ ମୁକୁଳାଇବା ସହ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜରାଶ୍ରମରେ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଚାଲି ପାରୁନଥିବା ବୋହୂ ହତ୍ୟା ମାମଲାର ଅଭିଯୁକ୍ତ ଦେବାଧି ଓ ତାଙ୍କ ସ୍ତ୍ରୀ ମିଥିଳାଙ୍କୁ ଏକ କାରରେ ଜରାଶ୍ରମକୁ ନେଇ ଛଡ଼ା ଯାଇଥିଲା। ଏହି ମର୍ମରେ ଓକିଲ ଲତାଶ୍ରୀ କହିଛନ୍ତି ଯେ, ସ୍ୱାମୀ-ସ୍ତ୍ରୀ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। ଚାର୍ଜସିଟ୍‍ କୋର୍ଟରେ ଦାଖଲ ହୋଇଛି। ଅଭିଯୁକ୍ତ ହୋଇଥିଲେ ବି ସେମାନେ ମଣିଷ। ବଞ୍ଚିବାର ଅଧିକାର ରହିଛି। ଗତ ୩ ମାସ ହେଲା ବୃଦ୍ଧ ଦମ୍ପତ୍ତିଙ୍କ ଜାମିନ ପାଇଁ ପ୍ରୟାସ କରିବା ପରେ ଶେଷରେ ଜାମିନଦାର ମିଳିବା ପରେ ସେମାନଙ୍କୁ ଜାମିନ ମିଳିଛି। ମା’ ଶକ୍ତି ଟ୍ରଷ୍ଟ ଅସହାୟ, ନିରାଶ୍ରୟଙ୍କ ପାଇଁ କାମ କରିବା ସହ ବିଭିନ୍ନ ପ୍ରକଳ୍ପରେ ନିୟୋଜିତ। ପରିବାର ଲୋକ ସେମାନଙ୍କୁ ନେବା ପାଇଁ କି ପଚାରୁ ନଥିବାରୁ ଏହି ଟ୍ରଷ୍ଟ ବୃଦ୍ଧ ଦମ୍ପତ୍ତିଙ୍କୁ ଉଦ୍ଧାର କରିଥିବା ଓକିଲ ଲତାଶ୍ରୀ ମତ ଦେଇଛନ୍ତି। ସେହିପରି ନ୍ୟାୟାଳୟରେ ସେମାନଙ୍କ ହାଜିରା ସମୟରେ ସେମାନଙ୍କ ପାଇଁ ସୁବିଧା କରି ଅଣାଯିବ କହିଛନ୍ତି ଓକିଲ ଲତାଶ୍ରୀ। ଅନ୍ୟପଟେ ଦେବାଧିଙ୍କ ସ୍ତ୍ରୀ ବୃଦ୍ଧା ମିଥିଳା କାରାଗାରରୁ ଜାମିନ ମିଳିଛି। ବାହାରକୁ ଆସିଛୁ। କାରଗାରରେ ସ୍ୱାମୀ-ସ୍ତ୍ରୀ ଅଲଗା ରହୁଥିଲୁ। ବେଶ୍ ହଇରାଣ ହେଉଥିଲୁ। ସେ(ସ୍ୱାମୀ ଦେବାଧି) ବୟସ ହୋଇଯାଇଥିବାରୁ ଚାଲି ପାରୁ ନାହାନ୍ତି। ଠିକରେ ଗାଧୋଇ ପାରୁନାହାନ୍ତି। ତାଙ୍କୁ ଗାଧୋଇ ଦେବି, ତେଲ ଲଗାଇ ଗୋଡ ହାତ ଘସି ଦେବି। ଜୀବନର ଶେଷ ସମୟରେ ତାଙ୍କର ସେବା କରିପାରିବି ମିଥିଳା କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories