www.samajalive.in
Monday, December 8, 2025
20.1 C
Bhubaneswar

ଅଶାନ୍ତ ଶ୍ରୀଲଙ୍କା; ବିକ୍ଷୋଭକାରୀଙ୍କ ଆକ୍ରମଣରେ ସାଂସଦଙ୍କ ସହ ୫ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ ଶ୍ରୀଲଙ୍କାର ସ୍ଥିତି ବିଗିଡ଼ିବାର ଲାଗିଛି । ଘୋର ଆର୍ଥିକ ସଙ୍କଟ ଯୋଗୁ ହାହାକାର ହେଉଛି ଶ୍ରୀଲଙ୍କା । ସରକାରଙ୍କ ଭୁଲ ନୀତି ଯୋଗୁ ରାଜରାସ୍ତାରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଗତକାଲି ରାଜଧାନୀ କଲମ୍ବୋରେ ପ୍ରବଳ ବିକ୍ଷୋଭ ହେବା ସହ ବିକ୍ଷୋଭକାରୀ ମାନେ ହିଂସାକୁ ଆପଣାଇଥିବା ଦେଖିବାକୁ ମିଳିଛି । ହିଂସା କାରଣରୁ  ଜଣେ ସାଂସଦଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତାହା ସହ ଏହି ହିଂସାକାଣ୍ଡରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖାଲି ସେତିକି ନୁ​‌ହେଁ ବିକ୍ଷୋଭକାରୀ ମାନେ କିଛି ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଉଥିବା ନଜର ଆସିଲାଣି । ଲୋକଙ୍କର ଆକ୍ରଶର ଶିକାର ହେଉଛନ୍ତି ସରକାରୀ ଦଳରେ ରହିଥିବା ବିଧାୟକ, ସାଂସଦ ଓ ନେତା । ବିକ୍ଷୋଭକାରୀ ମାନେ ନେତା ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ପୁଲିସ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେଇଛି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories