www.samajalive.in
Monday, December 8, 2025
17.1 C
Bhubaneswar

କୁଇ ସମାଜର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୋହନା : ଗଜପତି ଜିଲ୍ଲା କୁଇ ସମାଜ ପକ୍ଷରୁ ମୋହନା ବ୍ଲକ ଅନ୍ତର୍ଗତ ରାଣୀଖମା ଗ୍ରାମରେ କୁଇ ସମାଜର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମ ଦୁଇଦିନ ଧରି ଚାଲିବ । ଏହି ବାର୍ଷିକ ଉତ୍ସବ ସଭାରେ ଗଞ୍ଜାମ ଓ ଗଜପତି ଜିଲ୍ଲା କୁଇ ସମାଜ ଏକ ହୋଇ ପ୍ରଥମ ଦିନରେ ସମାଜର କାର୍ୟ୍ୟାଳୟ ଓ ଗୃହ ନିର୍ମାଣ ପାଇଁ ରାଣୀଖମା ଗ୍ରାମ ନିକଟରେ ଭୂମି ପୂଜନ କରାଯାଇଛି। ଏହି କାର୍ୟ୍ୟକ୍ରମରେ କୁଇ ସମାଜର ସଭାପତି କବିରାଜ ମଳିକ, କମିଟି ସଭ୍ୟ ପୂର୍ଣ୍ଣଚନ୍ଦ୍ର ମଳିକ,ହରି ମଳିକ, ଟଙ୍କଧର ମଳିକ, ଶରତ ମଳିକ, ରମାକାନ୍ତ ମଳିକଙ୍କ ସମେତ କୁଇ ସଂଗଠନ ଦାୟିତ୍ୱରେ ରହିଥିବା ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। କରୋନା କଟକଣା ଯୋଗୁ ଏହି ବାର୍ଷିକ ଉତ୍ସବ କିଛି ବର୍ଷ ହେଲା ବନ୍ଦ ରହିଥିବା ବେଳେ ପୁଣି ଶନିବାର ଦିନ ଏହି ଉତ୍ସବ ପାଳନ କରାଯାଇଛି। ୪୦ବର୍ଷ ପୂର୍ତ୍ତି ଉତ୍ସବରେ ସଂସ୍କାର କାର୍ୟ୍ୟକ୍ରମ ରହିଥିବା ବେଳେ ଧର୍ମ ପାଠ ଏବଂ ଯେଉଁ ଭାଇ ଭଉଣୀମାନେ କୁଇ ହିନ୍ଦୁ ଧର୍ମ ଛାଡି ଅନ୍ୟ ଧର୍ମକୁ ଯାଇଛନ୍ତି ସେମାନଙ୍କୁ ପୁଣି ହିନ୍ଦୁ ଧର୍ମକୁ ଆଣିବା ସହ ପ୍ରତ୍ୟେକ ଗ୍ରାମରେ ସତସଂଘ କରିବା ଯେଭଳି କୁଇ ସମାଜ ତାର ଧର୍ମକୁ ବଜାୟ ରଖିବ ତାହା ଉପରେ ଭାଷଣ ଦେଇଥିଲେ ମଞ୍ଚାସୀନ ଅତିଥି ମାନେ । ଏହି କାର୍ୟ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories