www.samajalive.in
Monday, December 8, 2025
20.1 C
Bhubaneswar

ବାଘ ଛାଲ ବିକ୍ରି ପାଇଁ ମୂଲଚାଲ ବେଳେ ମାଡ଼ି ବସିଲା ଏସଟିଏଫ୍

ବଲାଙ୍ଗିର: ବାଘ ଛାଲ ଡିଲ୍ ବେଳେ ମାଡିବସିଲା ଏସଟିଏଫ୍। ବଲାଙ୍ଗିର ଜିଲା ସଇନ୍ତଲା ଟିକ୍ରାପଡାରେ ବାଘ ଛାଲ ଡିଲ ବେଳେ ଏସଟିଏଫ୍ ହାତରେ ଧରାପଡିଛନ୍ତି ବାଘ ଛାଲ ବେପାରୀ। ଟିକ୍ରାପଡା ଚରଚରା ଗାଁ ଆଦିକନ୍ଦ ଘିବେଲା ବାଘଛାଲ ବେପାର କରୁଥିଲେ। ଗ୍ରାହକ ବେଶରେ ଏସଟିଏଫ୍ ଟିମ ବାଘଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି।

ଗତକାଲି ମଧ୍ୟ ବଲାଙ୍ଗିର ସହର ମାଲପଡାରୁ ୬ଟି ହାତୀ ଦାନ୍ତ ଜବତ କରି ମାଲପଡାର ନୁରିନ ସେଠଙ୍କୁ ଗିରଫ କରାଯାଇଥିଲା। ଗିରଫ ନୁରିନଙ୍କ କହିବା ଅନୁସାରେ, ତାଙ୍କୁ ଟିଟିଲାଗଡର ସୁନୀଲ ନାମକ ବ୍ୟକ୍ତି ହାତୀ ଦାନ୍ତ ରଖିବାକୁ ଦେଇଥିଲେ। କ୍ରେତାଙ୍କୁ ହାତୀ ଦାନ୍ତ ଦେଖାଇବାକୁ ନେଉଥିବା ବେଳେ ବୋଷ କଲୋନୀ ନିକଟରେ ନୁରିନଙ୍କୁ ଧରିଥିଲା ବନ ବିଭାଗ ଓ ଏସଟିଏଫ୍।

- Advertisement -

ବଲାଙ୍ଗିର ଜିଲାରେ ବାରମ୍ବାର ଏସଟିଏଫ୍ ଚଢାଉ କରି ବଜ୍ରକାପ୍ତା, ହାତୀ ଦାନ୍ତ ଓ ବାଘ ଛାଲ ଜବତ କରିବା ପରେ ବଲାଙ୍ଗିର ବନବିଭାଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦେବାରେ ବଲାଙ୍ଗିର ବନବିଭାଗ ବିଫଳ ବୋଲି ଚର୍ଚ୍ଚା ହେଉଛି। ଏସଟିଏଫ୍ ହାତରେ ବାରମ୍ବାର ଧରାପଡୁଥିଲେ ମଧ୍ୟ ବଲାଙ୍ଗିର ବନବିଭାଗର ହାତ ଖାଲି। ଚୋରା ଚାଲାଣକାରୀଙ୍କ ସହ ଭିତିରି ଡିଲ ଯୋଗୁଁ ବନବିଭାଗ ନିରବ ରହୁଥିବା ଆଲୋଚନା ହେଉଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories