www.samajalive.in
Tuesday, December 9, 2025
16.1 C
Bhubaneswar

କମ୍ପାନୀଗୁଡ଼ିକ ପାଖରେ ପର୍ଯ୍ୟାପ୍ତ କୋଇଲା ମହଜୁଦ ଅଛି : ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଦେଶରେ କୋଇଲା ସଙ୍କଟକୁ ନେଇ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ କହିଛି ଦେଶର କୋଇଲା କମ୍ପାନୀଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ପରିମାଣର କୋଇଲା ମହଜୁଦ ଅଛି। କୋଲ୍‍ ଇଣ୍ଡିଆ ଲିମିଟେଡ୍‍ ପାଖରେ ୫୬ ନିୟୁତ ୭ ଲକ୍ଷ ଟନ୍‍ କୋଇଲା ମହଜୁଦ ଥିବାବେଳେ ସିଙ୍ଗାରେଣି କୋଲେରିଜ୍‍ କମ୍ପାନୀ ପାଖରେ ୪ ନିୟୁତ ୩ ଲକ୍ଷ ଟନ୍‍ କୋଇଲା ମହଜୁଦ ଅଛି ।


ମନ୍ତ୍ରଣାଳୟ କହିଛି କ୍ୟାପଟିଭ୍‍ କୋଲ୍‍ ବ୍ଲକ ଗୁଡ଼ିକରେ ୨ ନିୟୁତ ୩ଲକ୍ଷ ଟନ୍‍ କୋଇଲା ମହଜୁଦ ଅଛି । ସରକାର କୋଇଲା ପରିବହନକୁ ସହଜ କରିବା ପାଇଁ ଅନେକ ଯାତ୍ରୀବାହୀ ଟ୍ରେନ୍‍ର ଚଳାଚଳକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶର ତାପଜ ବିଦ୍ୟୁତ୍‍ କେନ୍ଦ୍ରଗୁଡ଼ିକୁ ଶୀଘ୍ର କୋଇଲା ପହଞ୍ଚାଇବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁ ରେଳଲାଇନ୍‍ ଗୁଡ଼ିକରେ ବିଶେଷ ଟ୍ରେନ୍‍ ଚଳାଚଳ କରୁନାହିଁ ସେହି ଲାଇନ୍‍ ଗୁଡ଼ିକରେ ଚାଲୁଥିବା ଟ୍ରେନ୍‍ଗୁଡ଼ିକୁ ବାତିଲ କରାଯିବ ।
ମନ୍ତ୍ରଣାଳୟ କହିଛି ଚଳିତ ମାସରେ କୋଲ୍‍ ଇଣ୍ଡିଆ ଲିମିଟେଡ୍‍ ଦ୍ୱାରା କୋଇଲା ଉତ୍ପାଦନ ଶତକଡା ୨୭ ଦଶମିକ ୨ ଭାଗ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ କୋଇଲା ପଠାଇବା ଶତକଡା ୫ ଦଶମିକ ୮ ଭାଗ ବୃଦ୍ଧିପାଇଛି।

- Advertisement -

ସେହିଭଳି ଓଡ଼ିଶାରେ କୋଇଲା ସଙ୍କଟ ନାହିଁ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories